Latest Odisha News

BREAKING NEWS

ଜଷ୍ଟିସ୍ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ, ଅକ୍ଟୋବର ୩ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତର ରାଷ୍ଟ୍ରପତି ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ତେବେ ବର୍ତ୍ତମାନର ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ ନେବା ପରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଜଷ୍ଟିସ ଗୋଗୋଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟାଳୟରେ ଯୋଗଦେବେ ।

ଜଷ୍ଟିସ ଗୋଗୋଇ ୧୯୫୪ ମସିହା ନଭେମ୍ବର ୧୮ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ, ଏବଂ ୧୯୭୮ ମସିହାରେ ଜଣେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଗୌହାଟୀ ହାଇକୋର୍ଟରେ ଟାକ୍ସ, ସାମ୍ବିଧାନିକ ଏବଂ କମ୍ପାନୀ ସମ୍ପର୍କୀୟ କାର୍ଯ୍ୟ ଜଣେ ଓକିଲାତି କରୁଥିଲେ । ତେବେ ୨୦୦୧ ମସିହା ୨୮ ଫେବୃଆରୀରେ ଗୌହାଟୀ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

ସେହିପରି ୨୦୧୦ ମସିହାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବିଚାରପତି ଭାବେ ବଦଳି ହୋଇଥିଲେ । ୨୦୧୧ ମସିହା ୧୨ ଫେବୃୟାରୀରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଜଷ୍ଟିସ ଗୋଗୋଇ ସୁପ୍ରିମକୋର୍ଟର ଜଣେ ବିଚାରପତି ଭାବେ ଏପ୍ରିଲ ୨୩ ତାରିଖରେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.