Latest Odisha News

କ୍ୟାମେରାରେ କଏଦ ହେଲା ଜି ୨୦ରେ ଚୀନ୍ ରାଷ୍ଟ୍ରପତି ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ

ବାର୍ଲି: ଇଣ୍ଡୋନେସିଆର ବାର୍ଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସି ଜିନପିଙ୍ଗ ଜଷ୍ଟିନ ଟୁଡୋଙ୍କ ସହ ମିଡିଆରେ କୌଣସି ତଥ୍ୟ ବା ଖବର ଲିକ ହେବା ପ୍ରସଙ୍ଗରେ ଆଲୋଚନା କରୁଥିଲେ। ଏବଂ ଏପରି ହେବାକୁ ସେ ବିରୋଧ କରିଥିଲେ। ତେବେ ଟୁଡୋ କିନ୍ତୁ ଜିନପିଙ୍ଗକୁ ସିଧାସିଧା କହିଥିଲେ କୌଣସି ଅସୁବିଧା ହୋଇନି, ସ୍ପଷ୍ଟ ଏବଂ ମୁକ୍ତ ସଂଳାପରେ ସେ ବିଶ୍ୱାସ ରଖନ୍ତି।

ଜିନପିଙ୍ଗ କାନାଡା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ଆମେ ଯାହା ଆଲୋଚନା କଲୁ ତାହା କାଗଜପତ୍ରରେ ଲିକ ହୋଇଗଲା। ଏହା ଠିକ୍ ନୁହେଁ। ଏହାର ଜବାବ ଦେଇ ଟୁ଼ଡୋ କହିଛନ୍ତି ଯେ କାନାଡା ମୁକ୍ତ ଏବଂ ନିରପେକ୍ଷ ଆଲୋଚନା ଉପରେ ବିଶ୍ୱାସ କରେ ଏବଂ ଆମେ ଏହାକୁ ଜାରି ରଖିବୁ। ସେ କହିଛନ୍ତି, ଅନେକ ଜିନିଷ ହେବ ଯେଉଁଥିରେ ଆମେ ସହମତ ହେବୁ ନାହିଁ।

ଦି ଗ୍ଲୋବ ଏବଂ ମେଲର ରିପୋର୍ଟ ଅନୁଯାୟୀ, ଜିନପିଙ୍ଗ୍ କହିଛନ୍ତି, ଆମେ ଯାହା କହିଥିଲୁ ଖବରକାଗଜରେ ଲିକ୍ ହୋଇଛି, ତାହା ଠିକ ନୁହେଁ। ସେ କହିଛନ୍ତି, ଆମେ ପରସ୍ପର ସହିତ ସମ୍ମାନର ସହିତ ଯୋଗାଯୋଗ କରିବା ଉଚିତ୍, ନଚେତ୍ ଏହାର ପରିଣାମ କ’ଣ ହେବ ତାହା କହିବା କଷ୍ଟସାଧ୍ୟ। ଜବାବରେ ଟୁଡୋ କହିଛନ୍ତି ଯେ ସେ ସ୍ପଷ୍ଟ ଏବଂ ମୁକ୍ତ ସଂଳାପରେ ବିଶ୍ୱାସ କରନ୍ତି।

Comments are closed.