Latest Odisha News

କେ. କବିତାଙ୍କୁ ମିଳିଲାନି ଆଶ୍ବସ୍ତି; ଜୁଲାଇ ୩ ଯାଏଁ ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ. କବିତା ଙ୍କୁ ଝଟକା । କେ. କବିତାଙ୍କ ନ୍ୟାୟିକା ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କବିତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ବୃଦ୍ଧି କରାଯାଇଛି ।

ଆଜି ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ଅଭିଯୋଗର ଶୁଣାଣି କରି ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ତିନି ଜଣଙ୍କୁ ଜାମିନ ଦେଇଛନ୍ତି କୋର୍ଟ । ହେଲେ କେ କବିତାଙ୍କୁ କୋର୍ଟଙ୍କ ପକ୍ଷରୁ କୌଣସି ପକ୍ଷରୁ ଆଶ୍ୱସ୍ତି ମିଳିନାହିଁ ।

ତେବେ ଜାମିନ ପାଇଥିବା ଉକ୍ତ ତିନି ଜଣ ହେଲେ ପ୍ରିନ୍ସ, ଅରବିନ୍ଦ ଏବଂ ଦାମୋଦର । ସେମାନଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ତ ଆଧାରରେ ବେଲ୍ ମିଳିଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କବିତାଙ୍କ ବିରୋଧରେ ୨ଟି ଅଭିଯୋଗ ରହିଛି । ଗୋଟିଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଅନ୍ୟଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ୍ୟା (ସିବିଆଇ) ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.