Latest Odisha News

BREAKING NEWS

କ’ଣ କରୁଛନ୍ତି ‘କଭି ଖୁସୀ କଭି ଗମ’ର କ୍ରିସ୍ ?

ମୁମ୍ବାଇ: ବଡ ପରଦାରେ ଏହି କୁନି କଳାକାର କ୍ରିସ୍ ବାବେ ପରିଚିତ । କ୍ରିସ୍‌ଙ୍କ ପ୍ରକୃତ ନାଁ ହେଉଛି ଜିବ୍ରାନ୍ ଖାନ୍ । ଶାହରୁଖ ଓ କାଜୋଲଙ୍କ ପୁଅ ଭାବେ ସେ କଭି ଖୁସୀ କଭ ଗମ୍‌ରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଲେ । ହେଲେ ସେ ସମୟରେ ଶିଶୁ କଳାକାର ଏବେ ଖୁବ ବଡ ହୋଇଗଲେଣି । ଗତ ଶୁକ୍ରବାର ଜିବ୍ରାନ୍ ନିଜର ୨୭ତମ ଜନ୍ମଦିନ ପାଳନ କରିଥିଲେ ।

ଜନ୍ମଦିନ ଅବସରରେ ଜିବ୍ରାନ୍ ସୋସିଆଲ୍ ମିଡିଆରେ ନିଜର ଏକାଧିକ ଫଟୋ ସେୟାର କରିଥିଲେ । ଶିଶୁ କଳାକାର ଭାବେ ଅନେକ ଫିଲ୍ମରେ ଅଭିନୟ କରିବା ପରେ ଜିବ୍ରାନ୍ ଅଭିନୟ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ରହି ପାଠପଢା ସାରିଥିଲେ । ଫିଲ୍ମ କଭି ଖୁସୀ କଭି ଗମ ଛଡା ରିସ୍ତେ ଭଳି ଫିଲ୍ମରେ ବି ସେ ଅନୀଲ କାପୁର ଓ କରିଶ୍ମା କାପୁରଙ୍କ ପୁଅ ଭାବେ ନଜର ଆସିଥିଲେ ।

 

View this post on Instagram

 

A post shared by Jibraan Khan (@jibraan.khan)

ଜିବ୍ରାନ୍ ଏବେ ପୁଣିଥରେ ବଡ ପରଦାକୁ କମବ୍ୟାକ୍ କରିବାକୁ ଚେଷ୍ଟା ଚଳାଇଛନ୍ତି । ନିକଟରେ ବେଶ କିଛି ଫିଲ୍ମ ପାଇଁ ସେ ଅଡିସନ୍ ଦେବା ସହ ଫିଲ୍ମ ବ୍ରହ୍ମାସ୍ତ୍ରରେ ସହ-ନିର୍ଦ୍ଦେଶନା କାମ ବି ତୁଲାଇଛନ୍ତି । ଅନେକ ହୁଏ ତ ଜାଣିନଥିବେ ଯେ, ମହାଭାରତରେ ଅର୍ଜୁନ କିର୍ଦାରରେ ଆସିଥିବା ଫିରୋଜ ଖାନଙ୍କ ପୁଅ ହେଉଛନ୍ତି ଜିବ୍ରାନ୍ ।

ଏକ ଇଣ୍ଟରଭ୍ୟୁ ଅବସରରେ ସେ କହିଥିଲେ, “ଇଣ୍ଡଷ୍ଟ୍ରୀକୁ ଆସିବା ଲାଗି ସେ ବାପାଙ୍କ ସାହାରା ନେବେନି । ବରଂ ନିଜ ଦମରେ ସେ କ୍ୟାରିୟର ଗଢିବାକୁ ଯୋଜନା ଚଳାଇଛନ୍ତି “ ମିଳିଥିବା ଖବର ଅନୁଯାୟୀ ଜିବ୍ରାନ୍‌ଙ୍କ ହାତରେ ଦୁଇଟି ଫିଲ୍ମ ଥିବାବେଳେ ଖୁବଶୀଘ୍ର ସେ ନିର୍ଦ୍ଦେଶନା ସହ ଅଭିନୟ ଦୁନିଆରେ ବି ନିଜ ଛାପ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ।

Leave A Reply

Your email address will not be published.