Latest Odisha News

BREAKING NEWS

‘କଭି ଇଦ୍ କଭି ଦିୱାଲୀ’ରେ ସଲମାନ-ପୂଜା

ମୁମ୍ବାଇ: ଏକାଠି ନଜର ଆସିବେ ବିଲିଉଡର ଭାଇଜାନ ସଲମାନ୍ ଖାନ୍ ଓ ଅଭିନେତ୍ରୀ ପୂଜା ହେଗଡେ । ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ରେ ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏନେଇ ଫିଲ୍ମ ସମୀକ୍ଷକ ରମେଶ ବାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯଦି ଏହା ସତ ହୁଏ ତେବେ ଏହି ଫିଲ୍ମ ଜରିଆରେ ସଲମାନ ଖାନ୍ ଓ ପୂଜା ହେଗଡେଙ୍କୁ ପ୍ରଥମ କରି ବଡ ପରଦାରେ ଦେଖିବାକୁ ମିଳିବ ।
ସେପଟେ ପ୍ରଯୋଜକ ସାଜିଦ ନାଦିଆଡୱାଲା ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ଭୂମିକା ପାଇଁ ପୂଜା ସମ୍ପୂର୍ଣ୍ଣ ଉପଯୁକ୍ତ । ସୂଚନାଯୋଗ୍ୟ ଯେ, ‘କଭି ଇଦ୍ କଭି ଦିୱାଲୀ’ ଫିଲ୍ମ ହେଉଛି ଏକ ଫ୍ୟାମିଲି ଡ୍ରାମା ଭିତ୍ତିକ ଫିଲ୍ମ ।

Leave A Reply

Your email address will not be published.