କଟକ: ଆସନ୍ତକାଲିଠୁ ଜୋରଦାର ହେବ ଏସ୍ସିବି ମେଡକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ ପ୍ରକ୍ରିୟା । ମଠ ମନ୍ଦିର ସହିତ ଅନ୍ୟାନ୍ୟ ଧର୍ମାନୁଷ୍ଠାନର ମଧ୍ୟ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଳ ଚାରିପାଖରେ ଥିବା ବିଭିନ୍ନ ମଠ ମନ୍ଦିରର ଉଚ୍ଛେଦ କରାଯିବ । ମାର୍ଚ୍ଚ ମାସ ଆରମ୍ଭରୁ ଏସ୍ସିବି ସମ୍ପ୍ରସାରଣ କାମ ଆରମ୍ଭ ହେବ । ଏଥିପାଇଁ ଫେବୃଆରୀ ମାସ ଶେଷ ସୁଦ୍ଧା ଉଚ୍ଛେଦ ପ୍ରକ୍ରିୟା ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରେଭେନ୍ୟୁ ଡଭିଜନାଲ କମିଶନର ଅନିଲ କୁମାର ସାମଲ ।
ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ସର୍ଭେରେ ୫୪୫ ଘର, ୮୮ଟି ଦୋକାନ ଘର, ସିଏମ୍ସିର ୩୦ଟି ଦୋକାନ, ଧର୍ମାନୁଷ୍ଠାନ, ୧୭ଟି କ୍ଲବ ଓ ୧୪ଟି ଷ୍ଟ୍ରିଟ୍ ଭେଣ୍ଡର ରହିଥିବା ଜଣାପଡିଛି । ସମସ୍ତଙ୍କୁ ପ୍ରଥମେ ଥଇଥାନ କରାଯାଉଛି । ସରକାରୀ କର୍ମଚାରୀଙ୍କୁ ଘର ଭଡା ବାବଦରେ ଅର୍ଥ ଦିଆଯାଉଛି ।
ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୨,୫୦୦, ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୦,୦୦୦, ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୭,୫୦୦ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୫୦୦୦ ଟଙ୍କା ଘର ଭଡା ବାବଦକୁ ଆର୍ଥିକ ରାଶରି ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
BREAKING NEWS
- ଶାନ୍ତି ପ୍ରତିଷ୍ଠା ପାଇଁ ହୁତି ବିଦ୍ରୋହୀଙ୍କୁ ସାଉଦି ଆରବର ୧ ବିଲିୟନ ଡଲାରର ପ୍ରସ୍ତାବ
- ସମ୍ଭାବ୍ୟ ବାତ୍ୟା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ: ଗର୍ଭବତୀ ମହିଳାମାନଙ୍କୁ ‘ମା ଗୃହ’କୁ ଯିବା ପାଇଁ ସରକାରଙ୍କ ଅପିଲ୍
- କର୍କଟ ଔଷଧ ନାଁରେ ଚାଲିଛି ଲୁଟ୍ ଓ ଡକାୟତି: କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍
- ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ

Comments are closed.