କଟକ: ଆସନ୍ତକାଲିଠୁ ଜୋରଦାର ହେବ ଏସ୍ସିବି ମେଡକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ ପ୍ରକ୍ରିୟା । ମଠ ମନ୍ଦିର ସହିତ ଅନ୍ୟାନ୍ୟ ଧର୍ମାନୁଷ୍ଠାନର ମଧ୍ୟ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଳ ଚାରିପାଖରେ ଥିବା ବିଭିନ୍ନ ମଠ ମନ୍ଦିରର ଉଚ୍ଛେଦ କରାଯିବ । ମାର୍ଚ୍ଚ ମାସ ଆରମ୍ଭରୁ ଏସ୍ସିବି ସମ୍ପ୍ରସାରଣ କାମ ଆରମ୍ଭ ହେବ । ଏଥିପାଇଁ ଫେବୃଆରୀ ମାସ ଶେଷ ସୁଦ୍ଧା ଉଚ୍ଛେଦ ପ୍ରକ୍ରିୟା ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରେଭେନ୍ୟୁ ଡଭିଜନାଲ କମିଶନର ଅନିଲ କୁମାର ସାମଲ ।
ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ସର୍ଭେରେ ୫୪୫ ଘର, ୮୮ଟି ଦୋକାନ ଘର, ସିଏମ୍ସିର ୩୦ଟି ଦୋକାନ, ଧର୍ମାନୁଷ୍ଠାନ, ୧୭ଟି କ୍ଲବ ଓ ୧୪ଟି ଷ୍ଟ୍ରିଟ୍ ଭେଣ୍ଡର ରହିଥିବା ଜଣାପଡିଛି । ସମସ୍ତଙ୍କୁ ପ୍ରଥମେ ଥଇଥାନ କରାଯାଉଛି । ସରକାରୀ କର୍ମଚାରୀଙ୍କୁ ଘର ଭଡା ବାବଦରେ ଅର୍ଥ ଦିଆଯାଉଛି ।
ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୨,୫୦୦, ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୦,୦୦୦, ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୭,୫୦୦ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୫୦୦୦ ଟଙ୍କା ଘର ଭଡା ବାବଦକୁ ଆର୍ଥିକ ରାଶରି ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
BREAKING NEWS
- ଗୋଟିଏ ଶରୀର, ଦୁଇଟି ମୁଣ୍ଡ: କେପ୍ କଡ୍ରେ ମିଳିଲା ଅତି ଦୁର୍ଲଭ ଦୁଇମୁଣ୍ଡିଆ କଇଁଛ
- ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ: ଅଗରକରଙ୍କ ବିଦାୟରେ ଭାବବିହ୍ୱଳ ହେଲେ ଗମ୍ଭୀର
- ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ‘ବିଷ୍ଣୁଙ୍କ ଅବତାର’ : ଭୁଟାନ ପ୍ରଧାନମନ୍ତ୍ରୀ
- Explosives dump in Dantewada:ଜଙ୍ଗଲରୁ ମାଓଡମ୍ପ୍ ଠାବ; AK-47, ବିଜିଏଲ୍ ଲଞ୍ଚର୍ ସହ ବିପୁଳ ଗୁଳିଗୋଳା ଜବତ
- ୨୦୨୭ ବିଶ୍ୱକପ୍ରେ ବୁମରା-ଭୁବନେଶ୍ୱର ଯୋଡ଼ି ?
- ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୁଶୁଡିଲା ଆଉ ଏକ କୋଠା: ଏକାଧିକ ତଳେ ମାଟି ତଳେ ଫସି ରହିଥିବା ସନ୍ଦେହ
- ୫ କୋଟି ଟଙ୍କାର ଖବରକୁ ନେଇ ନୀରବତା ଭାଙ୍ଗିଲେ ବିରାଟ, ପ୍ରେମାନନ୍ଦ ମହାରାଜଙ୍କୁ ନେଇ କହିଦେଲେ ଏପରି କଥା
- ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ
- ଗୁପଚୁପ୍ ଖାଉଥିଲେ ସାବଧାନ! ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି…
- UP woman English: ସାଧାରଣ ଗୃହିଣୀଙ୍କ ମୁହଁରେ ଅନର୍ଗଳ ଇଂରାଜୀ! ପ୍ରିୟଙ୍କା ଚୋପ୍ରା କଲେ ବାଃ ବାଃ…ହେଲେ ଭିଡିଓ ପାଇଁ ସ୍ୱାମୀ ଦେଲେ ଗାଳି

Comments are closed.