Latest Odisha News

BREAKING NEWS

ଟିଭି, ଫ୍ରିଜ୍‌ ବିକ୍ରି କରି ଖାଦ୍ୟ ଯୋଗାଡ କରୁଛନ୍ତି ଆଫ୍‌ଗାନୀ

କାବୁଲ: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତା ସାମ୍‌ନାରେ ଆଉ ଏକ ବଡ ଚ୍ୟାଲେଞ୍ଜ ଛିଡା ହୋଇଛି ତାହା ହେଉଛି ସରକାରକୁ ଚଲାଇବା।

ଦେଶର ସାଧାରଣ ଲୋକମାନେ ଦିନକୁ ଦୁଇଥର ଖାଇବା ପାଇଁ ନିଜ ଘରର ମୂଲ୍ୟବାନ ସାମଗ୍ରୀ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଆଫଗାନିସ୍ତାନର ରାସ୍ତା ଏବେ ସାପ୍ତାହିକ ବଜାରରେ ପରିଣତ ହୋଇଛି, ଯେଉଁଠାରେ ଲୋକମାନେ ନିଜ ଘରର ମୂଲ୍ୟବାନ ସାମଗ୍ରୀ ବିକ୍ରୟ କରିବାକୁ ଏକାଠି ହେଉଥିବା ଦେଖିବାକୁ ମିଳିଛି।

ଆଫଗାନବାସୀ ଯେଉଁମାନେ ପୂର୍ବରୁ ସରକାରୀ ଚାକିରୀ କିମ୍ବା ବେସରକାରୀ କ୍ଷେତ୍ରରେ କାମ କରି ଅର୍ଥ ଉପାର୍ଜନ କରୁଥିଲେ ସେମାନେ ଆଜି କର୍ମହୀନ। ସେମାନଙ୍କୁ ରାତାରାତି ଚାକିରିରୁ ବହିଷ୍କୃତ କରାଯାଇଛି। ରିପୋର୍ଟ ଅନୁଯାୟୀ, ଆଫଗାନ୍‌ମାନେ ବର୍ତ୍ତମାନ କାବୁଲର ରାସ୍ତାକୁ ସାପ୍ତାହିକ ବଜାରରେ ପରିଣତ କରିଛନ୍ତି ଯେଉଁଠାରେ ସେମାନେ ନିଜ ପରିବାରକୁ ଖାଦ୍ୟ ଯୋଗାଇବା ପାଇଁ ଶସ୍ତା ମୂଲ୍ୟରେ ନିଜ ଘରୋଇ ଜିନିଷ ବିକ୍ରି କରୁଛନ୍ତି।

କାବୁଲର ଜଣେ ଦୋକାନୀ କହିଛନ୍ତି, “ମୁଁ ମୋର ସାମଗ୍ରୀକୁ ଅଧା ମୂଲ୍ୟରୁ କମ୍ ମୂଲ୍ୟରେ ବିକ୍ରି କରିଛି। ମୁଁ ୨୫,୦୦୦ ଟଙ୍କାରେ ଏକ ରେଫ୍ରିଜରେଟର କିଣିଥିଲି ତାକୁ ୫୦୦୦ ଟଙ୍କା ରେ ବିକ୍ରି କରିଛି। ମୋ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ମୋତେ ଏହା କରିବାକୁ ପଡ଼ୁଛି।

କାବୁଲ ଷ୍ଟ୍ରିଟ୍‌ର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି। ଯେଉଁଠାରେ ଆଫଗାନମାନେ ରେଫ୍ରିଜରେଟର, ଟେଲିଭିଜନ୍ ସେଟ୍, ସୋଫା, ଆଲମାରୀ ଏବଂ ଅନ୍ୟାନ୍ୟ ଘରର ଆସବାବପତ୍ର, ଉପକରଣ ବିକ୍ରୟ ପାଇଁ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.