Latest Odisha News

BREAKING NEWS

ଓଟିଟିରେ ରିଲିଜ ହେବ ପଙ୍କଜ ତ୍ରିପାଠୀଙ୍କ ମିଷ୍ଟ୍ରି ଥ୍ରୀଲର ଫିଲ୍ମ

ମୁମ୍ବାଇ: ଓଟିଟିରେ ରିଲିଜ ହେବ ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମିଷ୍ଟ୍ରି ଥ୍ରୀଲର ଫିଲ୍ମ କଡ଼କ ସିଂ । ଏହାକୁ ନେଇ ପଙ୍କଜ ଓ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । ରହସ୍ୟ ଏବଂ ସସପେନ୍ସରେ ପରିପୂର୍ଣ୍ଣ ଏହି ରୋମାଞ୍ଚକର ଥ୍ରୀଲର ମୁଭିରେ ସଞ୍ଜନା ସାଙ୍ଗୀ, ପାର୍ବତୀ ଥିରୁଭୋଥୁ, ଜୟା ଅହସାନ, ଦିଲୀପ ଶଙ୍କର, ପରେଶ ପାହୁଜା ଏବଂ ବରୁଣ ବୁଦ୍ଧଦେବ ଅଭିନୟ କରିଛନ୍ତି । ‘କଡକ ସିଂ’ର ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରୟ ଚୌଧୁରୀ । ଏହି ଫିଲ୍ମଟି କେବଳ ଜି୫ରେ ମୁକ୍ତିଲାଭ କରିବ ।

ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ଛୋଟ ଭୂମିକା ଗ୍ରହଣ କରିବାଠାରୁ ଆରମ୍ଭ କରି ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତି ପାରିଛନ୍ତି । ତାଙ୍କ ଅଭିନୟକୁ ଲୋକେ ବେଶ୍ ପସନ୍ଦ କରନ୍ତି । ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଜିତିଛନ୍ତି ।

Leave A Reply

Your email address will not be published.