Latest Odisha News

କେଜ୍ରିଓ୍ବାଲଙ୍କ ହାତ ଛାଡିଥିଲେ, ଆଜି ପଦ୍ମ ଧରିଲେ ଗେହଲଟ

ନୂଆଦିଲ୍ଲୀ: ପଦ୍ମ ଧରିଲେ ପୂର୍ବତନ ଆପ୍ ନେତା କୈଳାଶ ଗେହଲଟ । ଆଜି ବିଧିବଦ୍ଧ ଭାବେ ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି ଗେହଲଟ । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ଗତକାଲି ଆପ ଲୋକଙ୍କ ଆସ୍ଥାଭାଜନ ନହୋଇପାରିଥିବା କାରଣ ଦର୍ଶାଇ ଆପ୍‌ରୁ ଇସ୍ତଫା ଦେଇଥିଲେ କୈଳାସ ଗେହଲଟ ।

ତେବେ ଆପରେ ପ୍ରାୟ ୫ବର୍ଷ ଧରି କାମ କରିଥିବା ଗେହଲଟ ଦିଲ୍ଲୀ ସରକାରରେ ପରିବହନ, ପର୍ଯ୍ୟଟନ, ଗୃହ, ମହିଳା ଏବଂ ଶିଶୁ ବିକାଶ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ । ଆପ୍ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିଥିବା ଏବଂ ବିଭିନ୍ନ ବିବାଦକୁ ବିଶେଷ କରି ଯମୁନା ନଦୀ ପ୍ରଦୂଷଣ ଏବଂ ସିସମହଲ ମୁଖ୍ୟ କାରଣ ଦର୍ଶାଇ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ରବିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଗେହଲଟ୍ ।

ତେବେ କୈଳାସ ଗେହଲଟଙ୍କ ପୂର୍ବରୁ ୩ ଜଣ ନେତା ଆପ୍‌ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ହରସରନ୍‌ ସିଂ ବାଲି ପ୍ରଥମେ ଆପ୍‌ ଛାଡ଼ି ବିଜେପି ଆସିବା ପରେ ପରେ ଗୁରୁମିତ୍‌ ସିଂ ବାଲି, ରାମନାରାୟଣ ଭରଦ୍ବାଜ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ଆଉ ଆଜି ଆଉ ଜଣେ ଆପର ଟାଣୁଆ ନେତା ବିଜେପିରେ ମିଶିଛନ୍ତି ।

Leave A Reply

Your email address will not be published.