ନୂଆଦିଲ୍ଲୀ: ପୃଥିବୀରେ ଅନେକ ସ୍ଥାନରେ ବଡ଼ ଅଜବ ଅଜବ ଜିନିଷ ଲୁଚି ରହିଛି। ନଦୀ, ପାହାଡ଼ ଓ ଅତି ସୁନ୍ଦର ହ୍ରଦ। ଯାହାକି ପ୍ରକୃତିର ଅତି ସୁନ୍ଦର ଅବଦାନ। ବିବିଧତାପୂର୍ଣ୍ଣ ଭାରତରେ ବିଭିନ୍ନ ଧର୍ମ, ସଂସ୍କୃତି, ପରମ୍ପରା ଓ ଭାଷାର ମିଳନ ଦେଖିବାକୁ ମିଳେ। ଏହି ନିଆରାପଣ ଭାରତକୁ ଅନ୍ୟ ଦେଶଠାରୁ ସ୍ୱତନ୍ତ୍ର କରିଥାଏ। ଦେଶର ବିଭିନ୍ନ କୋଣ ଅନୁକୋଣରେ ଆଜି ବି କେତେକ ଚମତ୍କାରିତା ଦେଖିବାକୁ ମିଳେ ଯାହା ଭଗବାନଙ୍କ ଉପସ୍ଥିତିକୁ ବିଶ୍ୱାସ କରିବାକୁ ବାଧ୍ୟ କରେ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାର ମୂଳ ରହସ୍ୟ ପର୍ଯ୍ୟନ୍ତ ପହଞ୍ଚିବାରେ ବୈଜ୍ଞାନିକମାନେ ମଧ୍ୟ ଅସଫଳ ହୋଇଛନ୍ତି। ଭାରତରେ ଅନେକ ଚମତ୍କାରୀ ହ୍ରଦ ବା ଜଳାଶୟ ରହିଛି ଯେଉଁଠାରେ ସ୍ନାନ କଲେ ଦୂରାରୋଗ୍ୟ ରୋଗରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ..
ଆପଣ ହ୍ରଦ ଦେଖିଥିବେ, ଜଙ୍ଗଲ ବି ଦେଖିଥିବେ । କିନ୍ତୁ କେବେ ହ୍ରଦ ଭିତରେ ଜଙ୍ଗଲ ଦେଖିଛନ୍ତି କି । ଶୁଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ସ୍ଥାନ ଅଛି ଯେଉଁଠି ହ୍ରଦ ଭିତରେ ଜଙ୍ଗଲ ରହିଛି । କାଜାଖସ୍ତାନର ସତୀରେ ଥିବା କାଇଣ୍ଡି ହ୍ରଦରେ ଆପଣ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ। ଏହି ହ୍ରଦ କାଜାଖସ୍ତାନର ସବୁଠାରୁ ବଡ ସହର ଆଲମାଟିଠାରୁ ୧୨୯ କିଲୋମିଟର ଦୂରରେ ରହିଛି। ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ହ୍ରଦ ଭିତରେ ବଢ଼ିଥିବା ଗଛ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ହ୍ରଦ ଭିତରେ ଏତେ ସଂଖ୍ୟାର ଗଛ ରହିଛି ଯାହା ଆପଣଙ୍କୁ କୌଣସି ଏକ ଜଙ୍ଗଲ ଭଳି ଅନୁଭବ ହେବ।
ରିପୋର୍ଟ ଅନୁସାରେ ୧୯୧୧ରେ ମସିହାରେ ହୋଇଥିବା ଭୂକମ୍ପ ଯୋଗୁଁ ଏଭଳି ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା। ଅର୍ଥାତ ଭୁସ୍ଖଳନ ଯୋଗୁଁ ଏକ ପାହାଡ଼ରେ ଖାଲ ହୋଇଯାଇଥିଲା। ଏହାପରେ ଏତେ ପରିମାଣର ବର୍ଷା ହୋଇଥିଲା ଯେ ଏଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା। ଧୀରେ ଧୀରେ ପାଣି ଭିତରେ ଗଛ ଉଠିବାକୁ ଲାଗିଲା। ଏହି ହ୍ରଦର ପାଣି ବହୁତ ଥଣ୍ଡା ଏବଂ ସଫା। ଏଠାକାର ରାସ୍ତା ଖରାପ ହୋଇଥିବାରୁ ପର୍ଯ୍ୟଟକମାନଙ୍କୁ ଯିବା ଆସିବାରେ ଅସୁବିଧା ହୋଇଥାଏ। ତଥାପି ଏହି ସୁନ୍ଦର ଦୃଶ୍ୟକୁ ଦେଖିବା ପାଇଁ ଓ ଉପଭୋଗ କରିବା ପାଇଁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ଆସନ୍ତି।
Comments are closed.