Latest Odisha News

ସିକନ୍ଦରରେ କାଜଲଙ୍କ ଏଣ୍ଟ୍ରି

ମୁମ୍ବାଇ: ସଲମାନ ଖାନ ୨୦୨୪ର ଆରମ୍ଭରୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ସିକନ୍ଦର ଘୋଷଣା କରିଥିଲେ। ଯାହା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହା ସହିତ ଜଡିତ ପ୍ରତ୍ୟେକ ଅପଡେଟକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମ ସହ ଜଡିତ ଏକ ମଜାଦାର ଅପଡେଟ୍ ସାମ୍ନାକୁ ଆସିଛି। ଦକ୍ଷିଣ ଅଭିନେତ୍ରୀ କାଜଲ ଅଗ୍ରୱାଲ ସିକନ୍ଦର କାଷ୍ଟରେ ଏଣ୍ଟ୍ରି କରିଛନ୍ତି। ସାଜିଦ୍ ନାଦିଆଦୱାଲା ପ୍ରଡକ୍ସନ୍ସର ଏହି ଚଳଚ୍ଚିତ୍ରରେ ସଲମାନ ଏବଂ ରଶ୍ମିକା ମନ୍ଦନା ଚୂଡ଼ାନ୍ତ ହୋଇସାରିଛନ୍ତି।

ଖବର ଅନୁଯାୟୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ଫିଲ୍ମ ସିକନ୍ଦରରେ ଯୋଗ ଦେଇଛନ୍ତି। ସେ ସଲମାନ ଖାନ, ରଶ୍ମିକା ମନ୍ଦନା, ସତ୍ୟରାଜ ଏବଂ ପ୍ରତୀକ ବାବରଙ୍କ ଭଳି ଅଭିନେତାଙ୍କ ସହ ଏହି ଫିଲ୍ମରେ ନଜର ଆସିବେ। କାଜଲ ପୂର୍ବରୁ ସିଙ୍ଗହମ୍ ଏବଂ ସ୍ପେଶାଲ୍ 26 ପରି କେତେକ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଆର୍‌ ମୁରୁଗଡୋସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଶ୍ମିକା ମନ୍ଦନାଙ୍କୁ ମୁଖ୍ୟ ନାୟିକା ଭାବେ କାଷ୍ଟ୍‌ କରାଯାଇଛି। ‘ସିକନ୍ଦର’ ସୁଟିଂର ପ୍ରଥମ ଦିନର ଏକ ଫଟୋ କାଜଲ ଇନ୍‌ଷ୍ଟାରେ ଶେୟାର କରିଛନ୍ତି। ଏଥିରେ ସୂର୍ଯ୍ୟମୁଖୀ ଫୁଲତୋଡ଼ା ପାଖରେ ସେ ନିଜର ଭିଆଇପି ପରିଚୟ ପତ୍ର ଧରିଥିବା ଦେଖିବାକୁ ମିଳିଛି ।

ସେ ନିଜ ପୋଷ୍ଟ୍‌ରେ ନାଦିଆଦୱାଲା ଗ୍ରାଣ୍ଡ୍‌ସନ୍‌ ଏଣ୍ଟରଟେନ୍‌ମେଣ୍ଟ, ରଶ୍ମିକା ମନ୍ଦନାଙ୍କୁ ଟ୍ୟାଗ୍‌ କରିଛନ୍ତି ଏବଂ ହାସ୍‌ଟ୍ୟାଗ୍‌ ‘ସିକନ୍ଦର ଡେ-୧’ ଲେଖିଛନ୍ତି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କାଜଲଙ୍କ ଭୂମିକା ବିଷୟରେ ଏ ଯାଏ କୌଣସି ସୂଚନା ସାର୍ବଜନୀନ କରାଯାଇନାହିଁ। ଗତ ଜୁନ୍‌ରେ ୩୩ ହଜାର ଫୁଟ ଉଚ୍ଚରେ ଏକ ଦମ୍‌ଦାର ଆକ୍ସନ୍‌ ସିକ୍ୱେନ୍ସ ସହିତ ‘ସିକନ୍ଦର’ର ସୁଟିଂ ଆରମ୍ଭ ହୋଇଥିଲା। ବିମାନ ଭିତରେ ସଲମାନ ଥିଲେ। ଫିଲ୍ମ ଟିମ୍‌ ଏବେ ୪୫ ଦିନିଆ ସୁଟିଂରେ ବ୍ୟସ୍ତ ଅଛନ୍ତି। ତା’ପରେ ସେମାନେ ହାଇଦ୍ରାବାଦର ଏକ ପ୍ରାସାଦକୁ ସୁଟିଂ ପାଇଁ ଯିବେ। ଚଳିତ ବର୍ଷ ଇଦ ଅବସରରେ ‘ସିକନ୍ଦର’ ମୁକ୍ତିଲାଭ ଖବର ଘୋଷଣା ହେବା ପରଠୁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି।

Comments are closed.