Latest Odisha News

BREAKING NEWS

କାଜଲଙ୍କ ହାତରେ ଗୌତମଙ୍କ ନାଁର ମେହେନ୍ଦି, କାଲି ବିବାହ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ହାତରେ ଲାଗିଲା ଗୌତମଙ୍କ ନାଁର ମେହେନ୍ଦି । କାଲି ବାଜିବ ସାହାନାଇ । ଆକ୍ଟାବର ୩୦ ତାରିଖରେ ବିଜନେସ୍ ଟାଇକୁନ୍ ଗୌତମ କିଚଲୁଙ୍କ ହାତ ଧରିବେ କାଜଲ । ଏଥିପାଇଁ କାଜଲଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ବିବାହର ଗୋଟିଏ ଦିନ ପୂର୍ବରୁ କାଜଲଙ୍କ ମେହେନ୍ଦି ଓ ହଲଦି ରସମ ଶେଷ ହୋଇଯାଇଛି। ହାତରେ ମେହେନ୍ଦି ଲାଗି ଥିବାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି। ଏହି ଫଟୋକୁ କାଜଲ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ କାଜଲ ବେଶ୍‌ ଖୁସି ଥିବାର ନଜର ଆସିଛନ୍ତି। ଫଟୋରେ କାଜଲ ହାଲୁକା ସବୁଜ ରଙ୍ଗର ସୁଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି।

କାଜଲଙ୍କ ହାତରେ ମେହେନ୍ଦି ଲାଗି ସାରିଛି। ଆଜି ସଙ୍ଗୀତ ଉତ୍ସବ ଏବଂ କାଜଲ କାଲି ବିବାହ ବନ୍ଧନରେ ବାନ୍ଧି ହେବେ। କାଜଲଙ୍କ ବିବାହ ମୁମ୍ବାଇରେ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ କେବଳ ପରିବାର ଲୋକ ସାମିଲ ହୋଇପାରନ୍ତି।

Comments are closed.