Latest Odisha News

ଏହି ୭ଜଣ ସେଲିବ୍ରିଟି ହେଉଛନ୍ତି ବଲିଉଡର ସବୁଠାରୁ କଞ୍ଜୁସ୍ ଷ୍ଟାର, ପଞ୍ଚମ ବ୍ୟକ୍ତିଙ୍କ ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଅନେକ ବଲିଉଡ ତାରକା ଅଛନ୍ତି ଯେଉଁମାନେ ପଇସା ସଞ୍ଚୟ କରିବାକୁ ଭଲ ପାଆନ୍ତି | ସେହିପରି କେତେକ ତାରକା ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ କେତେକ ତାରକା ସପିଙ୍ଗ କରିବାକୁ ବହୁତ ପସନ୍ଦ କରିଥାନ୍ତି । କିଛି ଲୋକ ନିଜ ଜୀବନ କାଳରେ ବହୁତ ଟଙ୍କା ରୋଜଗାର କରିଥାନ୍ତି, କିନ୍ତୁ ସେମାନେ ସେହି ଟଙ୍କାକୁ ଖର୍ଚ୍ଚ କରିବାକୁ ପସନ୍ଦ କରିନଥାନ୍ତି ଅର୍ଥାତ୍ ସେମାନେ ବହୁତ କଞ୍ଜୁସ ହୋଇଥାନ୍ତି । ସେମାନଙ୍କ ପକେଟରୁ ଟଙ୍କା ବାହାର କରିବା ସେମାନଙ୍କ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ କାଠିକର ପାଠ ହୋଇପଡେ । ବଲିଉଡରେ ଅନେକ ତାରକା ଅଛନ୍ତି, ଯେଉଁମାନେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି, କିନ୍ତୁ ସେମାନେ କଞ୍ଜୁସ୍ ନାମରେ ଚାରିଆଡେ ପରିଚିତ ଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହିପରି କିଛି ତାରକାଙ୍କ ବିଷୟରେ…

କାଜୋଲଙ୍କୁ ବଲିଉଡର ଜଣେ କଞ୍ଜୁସ୍ ଅଭିନେତ୍ରୀ ଭାବେ ବିବେଚନା କରାଯାଏ | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଜୋଲଙ୍କ ବାର୍ଷିକ ଆୟ ପ୍ରାୟ ୨୫ କୋଟି ଟଙ୍କା ଏବଂ ସେ ପ୍ରାୟ ୨୫୦ କୋଟିର ମାଲିକାଣୀ ଅଟନ୍ତି । କିନ୍ତୁ ଏତେ କୋଟି ଟଙ୍କାର ମାଲିକାଣୀ ହୋଇ ମଧ୍ୟ ସେ ବହୁ ବୁଝି ସୁଝି ଟଙ୍କା ଖର୍ଚ୍ଚ କରିଥାନ୍ତି । କରନ୍ ଜୋହର ମଧ୍ୟ ତାଙ୍କୁ କଞ୍ଜୁସ୍ ବୋଲି କହିଥାନ୍ତି।

ଏହି ତାଲିକାରେ ପଟୌଦି ପରିବାରର ପ୍ରିୟ ସାରା ଅଲି ଖାନଙ୍କ ନାମ ମଧ୍ୟ ରହିଛି । ତାଙ୍କ ପିତା ଜଣେ କୋଟିପତି, ସେ ନିଜେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି । କିନ୍ତୁ ଟଙ୍କା ଖର୍ଚ୍ଚ କରିବା ସମୟରେ ସେ ୧୦୦ଥର ଭାବି ଚିନ୍ତି ଟଙ୍କା ଖର୍ଚ୍ଚ କରିଥାନ୍ତି | ‘ଜାରା ହଟକେ ଜାରା ବଚକେ’ ଚଳଚ୍ଚିତ୍ରର ପ୍ରମୋସନ ସମୟରେ ଅଭିନେତ୍ରୀ ନିଜ ସହ ଜଡିତ ଏକ କଥା କହିଥିଲେ । ସେ କହିଥିଲେ ଯେ, ଯେତେବେଳେ ସେ ଆଇଫା ୨୦୨୩ ପାଇଁ ଆବୁଧାବିରେ ଥିଲେ, ୪୦୦ ଟଙ୍କା ମୂଲ୍ୟର ଏକ ଆନ୍ତର୍ଜାତୀୟ ରୋମିଂ ଯୋଜନା ନେବା ପରିବର୍ତ୍ତେ ସେ ହେୟାର ଡ୍ରେସରଙ୍କଠାରୁ ହଟସ୍ପଟ୍ ନେଇ କାମ ଚଳାଇଥିଲେ ।

ସଲମାନ ଖାନ ବଲିଉଡର ଭାଇଜାନ ଏବଂ ସେ ରୋଜଗାର କ୍ଷେତ୍ରରେ ମଧ୍ୟ ସେ ଅନେକ ଉପରେ | ସଲମାନ ଖାନ ଏକ ଚଳଚ୍ଚିତ୍ର ପାଇଁ ୮୦ ରୁ ୧୦୦ କୋଟି ଟଙ୍କା ନିଅନ୍ତି | ବିଗ୍ ବସ୍ ଶୋ ’ଆୟୋଜନ ପାଇଁ ସଲମାନ ବିପୁଳ ପରିମାଣର ଟଙ୍କା ମଧ୍ୟ ନିଅନ୍ତି । ସଲମାନ ଖାନ ପ୍ରାୟ ୨୯୦୦ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ ଅଟନ୍ତି। ବଲିଉଡର ସବୁଠାରୁ ଧନୀ ତାରକାମାନଙ୍କ ମଧ୍ୟରେ ଥାଇ ମଧ୍ୟ ସେ ୨BHK ଫ୍ଲାଟରେ ରୁହନ୍ତି ଏବଂ ବହୁତ ଭାବି ଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତି |

ଏହି ତାଲିକାର ଚତୁର୍ଥରେ ଅଛନ୍ତି ବିକି କୌଶଲ | ଆଜି ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ହେଉଛନ୍ତି ବିକି | ଗୋଟିଏ ପରେ ଗୋଟିଏ ଅନେକ ଚଳଚ୍ଚିତ୍ରରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବିକି ମଧ୍ୟ ଏକ ସରଳ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି । ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ଅତି ଭାବି ଚିନ୍ତି ଖର୍ଚ୍ଚ କରନ୍ତି |

ଏହି ତାଲିକାର ପଞ୍ଚମରେ ଅଛନ୍ତି ଶାହାରୁଖ ଖାନ । ଯିଏ ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଶାହାରୁଖ ଖାନ ବଲିଉଡର ଅନ୍ୟତମ ଧନୀ ଅଭିନେତା । କିନ୍ତୁ ସେ ତାଙ୍କ ଟଙ୍କାକୁ ଦେଖିରଖି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି । କିନ୍ତୁ ସେ ଅନେକ ଦାନ କରିବାକୁ ମଧ୍ୟ ପସନ୍ଦ କରନ୍ତି । ଲାଇଫଷ୍ଟାଇଲ ଏସିଆ ଅନୁଯାୟୀ, ଶାହାରୁଖ ଖାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୭୬୦ ମିଲିୟନ ଡ଼ଲାର ଅର୍ଥାତ୍ ୬,୩୦୦ କୋଟିରୁ ଅଧିକ।

ଫିଲ୍ମ ‘ତୁ ଝୁଟି ମେଁ ମକାର’ରେ ପ୍ରମୋଶନ ସମୟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ବିଷୟରେ ଏକ ମତ ପ୍ରକାଶ କରିଥିଲେ | ସେ କହିଥିଲେ ଯେ ଆଜି ବି ସେ ପୋଷାକ କିଣିବା ପାଇଁ ସେଲ୍ ର ଅପେକ୍ଷା କରନ୍ତି । ଯେତେବେଳେ ଅଧିକ ସେଲ୍ ପଡିଥାଏ ସେତେବେଳେ ହିଁ ସେ ପୋଷାକ କିଣନ୍ତି |

ଏହି ତାଲିକାର ଶେଷ ନାମ ହେଉଛି ବଲିଉଡର ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ | ଜନ୍ ବଲିଉଡର ଜଣେ ସଫଳ ଅଭିନେତା | କିନ୍ତୁ, ତାଙ୍କ ନାମ ମଧ୍ୟ କଞ୍ଜୁସ୍ ତାରକା ତାଲିକାରେ ଅନ୍ତର୍ଭୁକ୍ତ | ସେ କୁହନ୍ତି ଯେ ଗୋଟିଏ ଚପଲ, ଗୋଟିଏ ଜିନ୍ସ ଏବଂ ଗୋଟିଏ ଟି-ସାର୍ଟରେ ସେ ପୁରା ଗୋଟେ ବର୍ଷ ବିତାଇ ପାରିବେ |

Comments are closed.