Latest Odisha News

BREAKING NEWS

କମବ୍ୟାକ୍ କରୁଛନ୍ତି କାଜୋଲ…

‘ହେଲିକପ୍ଟର ଇଲା’ ଫିଲ୍ମ ମାଧ୍ୟମରେ ପୁଣିଥରେ ବଲିଉଡକୁ କମବ୍ୟାକ୍ କରୁଛନ୍ତି ଫେମସ୍ ଅଭିନେତ୍ରୀ କାଜୋଲ । କାଜୋଲ ଶେଷଥର ପାଇଁ ୨୦୧୫ରେ ‘ଦିଲୱାଲେ’ ଫିଲ୍ମରେ ଦେଖିବାକୁ ମିଳିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ସେ ‘ହେଲିକପ୍ଟର ଇଲା’ରେ ଏକ ଭିନ୍ନ ଲୁକ୍ ରେ ନଜର ଆସିବାକୁ ଯାଉଛନ୍ତି ।

 

ନିକଟରେ ତାଙ୍କର ୪୪ତମ ଜନ୍ମଦିନ ଅବସରରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ସେ ଜଣେ ସିଙ୍ଗଲ୍ ମଦର୍
ଭୂମିକାରେ ନଜର ଆସିବେ ।

ଫିଲ୍ମର କାହାଣୀ ଅନୁସାରେ କାଜୋଲ ଅଧାରୁ ପାଠ ପଢା ଛାଡିଦେଇଥିବା ଜଣେ ମାଆ ଓ ବୟସର ଅପରାହ୍ନରେ ସେ ପୁଣିଥରେ ପାଠ ପଢିବା ପାଇଁ ଇଚ୍ଛା କରି କଲେଜରେ ନାମ ଲେଖାଉଛନ୍ତି । ସେ ପୁଣି ନିଜ ପୁଅ ପଢୁଥିବା କଲେଜରେ ଆଡମିଶନ୍ କରୁଛନ୍ତି ।

 

କାହାଣୀଟି ପ୍ରସିଦ୍ଧ ଗୁଜୁରାତୀ ଲେଖକ ଆନନ୍ଦ ଗାନ୍ଧୀଙ୍କ ନାଟକ ‘ବେଟା କାଗଡୁ’ ଉପରେ ଆଧାରିତ । ସେପ୍ଟେମ୍ବରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ପୁଅ ଭୂମିକାରେ ରିଧି ସେନ୍ ଅଭିନୟ କରୁଛନ୍ତି ।

ଫିଲ୍ମର ନିର୍ଦ୍ଦେଶେନା ପ୍ରଦୀପ ସରକାର ଦେଇଥିବା ବେଳେ କାଜୋଲଙ୍କ ସ୍ୱାମୀ ତଥା ଅଭିନେତା ଅଜୟ ଦେବଗନ ପ୍ରଯୋଜକ ଭାବେ ରହିଛନ୍ତି ।

Leave A Reply

Your email address will not be published.