Latest Odisha News

BREAKING NEWS

ଭୁବନେଶ୍ୱରରେ କେଜ୍ରିୱାଲଙ୍କ ର‌୍ୟାଲି: ସଭାରେ ଶ୍ରୀକାନ୍ତ, ଟାର୍ଗେଟରେ ରାଜ୍ୟ ସରକାର

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ନେତା ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ରାଜଧାନୀର ଅନୁଷ୍ଠିତ ଏକ ର‌୍ୟାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଭାଷଣରେ ଆକ୍ରମଣ କରି କହିଛନ୍ତି, ଏହି କେବଳ ବିଜେଡ଼ି ନୁହେଁ କଂଗ୍ରେସ ଓ ବିଜେପି ସହିତ ଏହି ସରକାର ରାଜ୍ୟକୁ ଲୁଟ୍ କରିଛନ୍ତି ।

ସେ ଅଭିଯୋଗ କରି କହିଛନ୍ତି, ବିଜେଡ଼ିର ୨୦ ବର୍ଷର ଶାସନକାଳରେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଅବସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଯାଇଛି । “ଏବେ ଶାସନକଳ ଖଣି ମାଫିଆଙ୍କ କବଜାରେ,” ବୋଲି କେଜ୍ରିୱାଲ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ।

“ ଏଠାରେ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ଦଳ ମିଳିମିଶି ରାଜ୍ୟକୁ ଲୁଟି ଚାଲିଛନ୍ତି । ନିର୍ବାଚନରେ କେଉଁ ଦଳ କେଉଁ ଆସନରୁ ଜିତିବ ତାହାର ନିଷ୍ପତ୍ତି ନିଆସରିଛି,” ବୋଲି ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି । ଓଡ଼ିଶାବାସୀ ଏକ ସ୍ୱଚ୍ଛ ସରକାର ଗଠନ ନିମନ୍ତେ ଆପ୍ କୁ ଭୋଟ ଦେବାକୁ କେଜ୍ରିୱାଲ ଏହି ସଭାରେ ନିବେଦନ କରିଛନ୍ତି ।

ଆପ୍ ପ୍ରତି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ କେଜ୍ରିୱାଲ କହିଛନ୍ତି ଯେ, “ ଆମ୍ ଆଦମୀ ପାର୍ଟି ଏକ ଦଳ ନୁହେଁ, ବରଂ ଏହା ଭାରତ ଲାଗି ଏକ ଅନ୍ଦୋଳନ । ” ସେମାନେ ଯେପରି ଦିଲ୍ଲୀରେ ବିଜେପି ଓ କଂଗ୍ରେସ ସରକାରଙ୍କୁ ପରାସ୍ତ କରି ଶାସନ କରୁଛନ୍ତି ସେହିପରି ଓଡ଼ିଶାରେ ଭୋଟରମାନଙ୍କଠୁଁ ଆଶା ରଖିଛନ୍ତି ।

ବହିଷ୍କୃତ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ମଧ୍ୟ ଏହି ର‌୍ୟାଲିରେ କେଜ୍ରିୱାଲଙ୍କ ସହିତ ଉପସ୍ଥିତ ରହିଥିଲେ ।

ଶ୍ରୀକାନ୍ତ ଜେନାଙ୍କ ସାମାଜିକ ନ୍ୟାୟ ଅଭିଯାନ ଆନ୍ଦୋଳନକୁ ସୁଦୃଢ କରିବାକୁ ଶ୍ରୀକାନ୍ତଙ୍କ ନିମନ୍ତ୍ରଣରେ ଓଡ଼ିଶା ଆସିଛନ୍ତି ବୋଲି ର‌୍ୟାଲିକୁ ସମ୍ବୋଧିତ କରିବା ବେଳେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

“ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛି ଦିଲ୍ଲୀ ଆସି ଦେଖନ୍ତୁ ବର୍ତ୍ତମାନ ସ୍କୁଲଗୁଡ଼ିକର ସ୍ଥିତିରେ କିପରି ପରିବର୍ତ୍ତନ ଆସିଛି । ଆଜି ଦିଲ୍ଲୀ ସରକାରୀ ସ୍କୁଲଗୁଡ଼ିକର ଫଳାଫଳ ଘରୋଇ ସ୍କୁଲ ଫଳାଫଳଠାରୁ ୧୦ ପ୍ରତିଶତ ଅଧିକ,” ବୋଲି କହିଛନ୍ତି କେଜ୍ରିୱାଲ ।

ଦିଲ୍ଲୀରେ ଏକ ସ୍ୱଚ୍ଛ ଏବଂ ଦକ୍ଷ ସରକାର ଶାସନ କରୁଥିବାରୁ ଏହାର ସମସ୍ତ ସ୍କୁଲ ଓ ହସ୍ପିଟାଲଗୁଡ଼ିକର ପରିସ୍ଥିିତିରେ ଯଥେଷ୍ଟ ସୁଧାର ଆସିଛି ।

“ମୋ ନିଜ ପୁଅ ବି ଘରୋଇ ସ୍କୁଲରେ ନ’ପଢି ସରକାରୀ ସ୍କୁଲରେ ପଢୁଛି । ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମୋ ପୁଅକୁ ଯେକୌଣସିି ଘରୋଇ ସ୍କୁଲରେ ପଢାଇ ପାରିଥାଆନ୍ତି । ଥରେ ମୁଁ ଯଦି ସେମାନଙ୍କୁ ମୋ ପୁଅକୁ ପଢାଇବା ପାଇଁ ସୁପାରିଶ କରିଥାଆନ୍ତି ତେବେ ସେମାନେ ଯେଉଁ ପରିସ୍ଥିତି ସୃଷ୍ଟି କରିଥାଆନ୍ତେ ସେଥିରେ ମୁଁ କିଛି କରିପାରିନଥାନ୍ତି,” ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟି ସଭାପତି ଅରବିନ୍ଦ କେଜ୍ରିୱାଲ ।

Leave A Reply

Your email address will not be published.