Latest Odisha News

ଦାବି ପୂରଣ ନ’ହେଲେ ସମୂହ ଛୁଟି ନେବାକୁ ‘ଓଡ଼ିଶା ପୋଲିସ ଆସୋସିଏସନ’ର ଚେତାବନୀ

କଟକ: ଓଡ଼ିଶା ପୋଲିସ ଆସୋସିଏସନ (ଓପିଏ) ର ୬ ଦଫା ଦାବି ପୂରଣ ନ’ହେଲେ ଫେବୃଆରୀ ୧୦ ତାରିଖରୁ ସମୂହ ଛୁଟି ନେବାକୁ ଚେତାବନୀ ଦିଆଯାଇଛି ।

ଏହା ସମ୍ପର୍କରେ ଆସୋସିଏସନ ପକ୍ଷରୁ ଫେବୃଆରୀ ୫ ତାରିଖ ଦିନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ‘ଓପିଏ’ ର ସଭାପତି ସତ୍ୟଜିତ ମିଶ୍ର ଜଣାଇଛନ୍ତି ।

“ଯଦି ରାଜ୍ୟ ସରକାର ଆମ ସମସ୍ତ ଦାବି ପୂରଣ ନ’କରିବେ ତେବେ ଆସନ୍ତା ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ ପୋଲିସ ଅଧିକାରୀମାନେ କଳା ବ୍ୟାଜ୍ ପିନ୍ଧିବେ,” ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଓଡ଼ିଶା ପୋଲିସ ଆସୋସିଏସନ (ଓପିଏ) ୨୦୧୬ ମସିହାରେ ଏକ ୧୩ ଦଫା ସମ୍ବଳିତ ଏକ ଦାବି ପତ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲା । ପରେ ରାଜ୍ୟ ଗୃହ ସଚିବ ଓ ଡ଼ିଜିପିଙ୍କ ସହିତ ଆଲୋଚନା ପରେ ଏହା ହ୍ରାସ ପାଇ ୬ଟି ଦାବି ଉପସ୍ଥାପନ କରାଯାଇଥିଲା ।

Leave A Reply

Your email address will not be published.