Latest Odisha News

ତାତିରୁ ମିଳିଲା ଆଶ୍ୱସ୍ତି, ପ୍ରବଳ ବର୍ଷାରେ ଡୁବିଲା ଟ୍ୱିନସିଟି

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ଅସମ୍ଭାଳ ଗ୍ରୀଷ୍ମ ସହ ଗୁଳୁଗୁଳିରୁ ମିଳିଲା ମୁକ୍ତି । ଗତକାଲି ଟ୍ୱିନସିଟି ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ନିର୍ଧୁମ ବର୍ଷିଛି। ଟୁଇନସିଟିରେ ଅସମ୍ଭାଳ ଗ୍ରୀଷ୍ମ ସହ ଗୁଳୁଗୁଳିରୁ ମୁକ୍ତି ମିଳିଛି। ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର ଓ କଟକ। ରାତି ସାଢେ ୯ରେ ବର୍ଷା ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା।

କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବର୍ଷା ସାଙ୍ଗକୁ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ହୋଇଛି। ଗଛ ଉପୁଡି ରାସ୍ତାରେ ପଡ଼ିଥିଲା। ଅନେକ ତଳିଆ ଅଞ୍ଚଳକେ ପାଣି ଜମିଥିଲା। କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଯାଇଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲିବା ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା। କିଛି ଲୋକଙ୍କ ଘରେ ପାଣି ପଶି ଯାଇଛି। ଶିରିପୁର-ଜାଗମରା ରାସ୍ତାରେ ପାଣି ଏତେ ଜୋରରେ ଚାଲୁଥିଲା ଯେ ଗାଡିକୁ ଭସାଇ ନେବା ଭଳି ସ୍ଥିତି ଉପୁଜିଥିଲା।

ସେହିପରି ବିଧାନସଭା ଆଗରେ ପାଣି ସୁଅ ଚାଲିଥିଲା। ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଶେଖରପୁର ଶ୍ରୀବିହାରରେ ଏକ ବିଶାଳ ଗଛ ଭାଙ୍ଗି ଯାଇଥିଲା। ଯାତାୟତରେ ବାଧା ହେବା ପୂର୍ବରୁ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ଗ୍ୟାସ କଟରରେ ଭାଙ୍ଗି ପଡିଥିବା ଗଛକୁ କାଟି ରାସ୍ତା ସଫା କରିଥିଲେ।

Comments are closed.