Latest Odisha News

BREAKING NEWS

ବିନା ଭକ୍ତରେ ଏବର୍ଷ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଲାଗିବ ୧୪୪ ଧାରା

ଭବାନୀପାଟଣା: ଆସନ୍ତା ୨୪ ତାରିଖରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏବର୍ଷ କରୋନା ଯୋଗୁ ବିନା ଭକ୍ତରେ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ ।

ଆସନ୍ତାକାଲି ମଧ୍ୟରାତ୍ରୀରୁ ୨୫ ତାରିଖ ମଧ୍ୟରାତ୍ରୀ ଯାଏ ଯାଏଁ ଭବାନୀପାଟଣା କଟକଣା ଜାରି ହୋଇଛି । ୧୪୪ ଧାରା ଲାଗୁ ସହ ସିଲ୍ ହେବ ପ୍ରବେଶ ପଥ । ସହର ଭିତରକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । କେବଳ ଜରୁରୀ ସେବାକୁ ବାଦ ଦିଆଯିବ । ଚାରି ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।

ଏବର୍ଷ ସିଧାପ୍ରସାରଣ ଓ ଟିଭି ପରଦାରେ ଭକ୍ତ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଦେଖିପାରିବେ । ଘରେ ରହି ସୁରକ୍ଷିତ ଭାବରେ ମାଆଙ୍କ ଆଶୀର୍ବାଦ ନେଇପାରିବେ ଶ୍ରଦ୍ଧାଳୁ । ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

Comments are closed.