Latest Odisha News

BREAKING NEWS

ବିନା ଭକ୍ତ ଓ କଟକଣା ଭିତରେ ହେବ ଛତର ଯାତ୍ରା

ଭବାନୀପାଟଣା: ବିଭିନ୍ନ ପୀଠ ଗୁଡିକରେ ଚାଲିଛି ମାଆଙ୍କର ପୂଜାର୍ଚ୍ଚନା । ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ପୀଠ ଗୁଡିକରେ ଚାଲିଛି ସପ୍ତମୀ ପୂଜା । କୋଭିଡ଼ କଟକଣା ଭିତରେ ସମସ୍ତ ପୂଜାର୍ଚ୍ଚନା କରାଯାଉଛି । ସେହିଭଳି  କଳାହାଣ୍ଡିରେ ମାଆ ମାଣିକେଶ୍ୱରୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା ।   ଆସନ୍ତା ୧୩ ତାରିଖରେ ପାଳିତ ହେ ବିନା ଭକ୍ତ ଓ ପୋଲିସ ଛାଉଣୀରେ ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା  ।

ଏନେଇ ପୋଲିସ ବିଭାଗର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ବିନା ଭକ୍ତ ଓ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ  ପ୍ରସିଦ୍ଧ ଛତର ଯାତ୍ର ଅନୁଷ୍ଠିତ ହେବା ନେଇ ଆଜିର ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।

ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ସହରରେ ସନ୍ଧ୍ୟା ୮ ଟାରୁ ୧୩ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବା ସହ ପ୍ରବେଶ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.