Latest Odisha News

ଢେଙ୍କାନାଳରେ କର୍ଣ୍ଣାଟକ ପୋଲିସର ଚଢାଉ, ଧରାପଡିଲା ସାଇବର ଠକ

ଢେଙ୍କାନାଳ: ତାଜା ସ୍ଥିତିରେ ସାଇବର ଠକାମୀର ଧାରା ଅପ୍ରତ୍ୟଶିତ ଭାବେ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ଏ ନେଇ ଅଭିଯୋଗ ସାମ୍ନାକୁ ଆସୁଛି । ନିକଟରେ କର୍ଣ୍ଣାଟକ ପୋଲିସ ହାତରେ ଓଡିଶାର ଜଣେ ସାଇବର ଠକ ଧରାପଡିଛି ।

ଢେଙ୍କାନାଳ ଜିଲ୍ଲାରୁ ଜଣେ ଯୁବକ କର୍ଣ୍ଣାଟକ ପୋଲିସ ହାତରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ସୋମନାଥ ରାଉତ କଟକ ବାସିନ୍ଦା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସୋମନାଥ ଇଣ୍ଡିିଆ ସାଇନ୍ ଗୁଡ୍ସ ଆଣ୍ଡ ଇନ୍‌ଫ୍ରା ପ୍ରାଇଭେଟ୍ ଲିିମିଟେଡ୍ ନାମକ ଏକ ନକଲି କମ୍ପାନୀ ଖୋଲିଥିଲେ । ସେହି କମ୍ପାନୀରେ ସେ ନିଜକୁ ଦୀପକ ଶର୍ମାର ପରିଚୟ ଦେଇ ଲୋକଙ୍କୁ ଠକିବା ନେଇ ଅଭିଯୋଗ ହୋଇଥିଲା ।

ନକଲି କମ୍ପାନୀ ଓ ପରିଚୟ ଜରିଆରେ ଅଭିଯୁକ୍ତ ସୋମନାଥ କର୍ଣ୍ଣାଟକର ଡିମ୍ମାପା ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୨.୫ ଲକ୍ଷ ଟଙ୍କା ହଡପ କରିଥିଲେ । ଏହି ଘଟଣା ପରେ ଡିମ୍ମପା ଅଗଷ୍ଟ ୫’ ତାରିଖରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି କର୍ନାଟକ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଶେଷରେ କର୍ଣ୍ଣାଟକ ପୋଲିସର ତଦନ୍ତ ଢେଙ୍କାନାଳଠାରେ ଅଟକିଥିଲା । ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତ ସୋମନାଥକୁ ଷ୍ଟେସନ ବଜାର ନିକଟସ୍ଥ ଭଡା ଘରୁ ଗିରଫ କରାଯାଇଛି । ତା ଠାରୁ ଗୋଟିଏ ଲାପ୍‌ଟପ୍‌, ୪ଟି ମୋବାଇଲ୍‌, ଏଟିଏମ୍ କାର୍ଡ ଓ ପାସବୁକ୍ ଜବତ ହୋଇଛି ।

Leave A Reply

Your email address will not be published.