Latest Odisha News

BREAKING NEWS

କଳାଜାଇ

କଳାଜାଇ

ବିକ୍ରମ କେଶରୀ ପାଣି

ସଫେଦ କାଗଜଟା ଭଲ ଲାଗେନି ବୋଲି
ଢାଳିଦେଲି ମେଂଚାଏ ରଂଗ
ଗୋଚର ଜମିକୁ ଦେଖି କଷ୍ଟ ହେଲା ବୋଲି
ନିଜେ ଚଷିଲି, ପୋତିଦେଲି ବୀଜ
ସପ୍ନରେ ଡେଣା ଲାଗିଲା
ଉଜୁଡା ସୁନ୍ଥାରେ ତୋର ରଂଗ ଚହଟିଲା ।

ଜହ୍ନରେ କଳଂକ ସୁନ୍ଦର
ପ୍ରେମରେ ଯନ୍ତ୍ରଣା ମଧୁର ।

ତୋଫା ଗୋରା ମୁହଁରେ
ଖୁବ୍ ମାନେ କଲାଜାଇ
ଡହଡହ ଖରାରେ
କେମିତି ଲାଗେ ଟିକେ ଛାଇ?

ପାରିଜାତ ତୋଳିବାକୁ
ଆକାଶକୁ ପତାଇ ରଖିଛି ହାତ
ହାଟରେ, ବାଟରେ ତୋ ନାଁରେ ଟୁପଟାପ୍ କଥା
ମୁଁ ଜାଣେ, କେତେ ମିଛ କେତେ ସତ ।

ଜୀବନଟା ଚୋରାବାଲି
ଦିନରାତି ସଂଶୟ ଓ ଦୁଃଖ
ସଖୀ, ତୋ ଦେହର ଅର୍ଗଳିରେ
ଥାଏ ସତେ, ଏତେ ସ୍ଵର୍ଗ ସୁଖ !
……………….
ଲକ୍ଷ୍ମୀ ବିହାର, ସୈନିକ ସ୍କୁଲ ଛକ,
ଭୁବନେଶ୍ୱର-୭୫୧୦୦୫
ମୋ- ୯୪୩୭୬୯୭୩୬୩

Comments are closed.