Latest Odisha News

BREAKING NEWS

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଦେବଦୂତ ସାଜିଲେ ଆରପିଏଫ୍ କନଷ୍ଟେବଳ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନରେ ଆଜି ସକାଳେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍ ଆଜି ସକାଳେ ପ୍ଲାଟଫର୍ମ ଛାଡୁଥିବାବେଳେ କୌଣସି କାରଣବଶତଃ ଜଣେ ଯାତ୍ରୀ ହଠାତ୍ ଟ୍ରେନରୁ ଡେଇଁପଡିଥିଲେ । ଏହି ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କର ଗୋଡ ଖସିଯିବାରୁ ସେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ପଡିଯାଉଥିଲେ ।

ତେବେ ଏହି ସମୟରେ ନିକଟରେ ଥିବା ଜଣେ ଆରପିଏଫ୍ କନଷ୍ଟେବଳ ଦେବଦୂତ ସାଜି ତୁରନ୍ତ ତାଙ୍କୁ ଟାଣି ଆଣିବାରୁ ଯାତ୍ରୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Leave A Reply

Your email address will not be published.