Latest Odisha News

BREAKING NEWS

ରାଜ୍ୟରେ କାଳବୈଶାଖୀ ବର୍ଷା, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗର ମିଜାଜ। କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି। ଏହାପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ସମ୍ଭାବନା। ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଏସ୍ ଆରସିଙ୍କ ପକ୍ଷରୁ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କାଳବୈଶାଖୀ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହେଲେ ତୁରନ୍ତ ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବାଲେଶ୍ବର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବଜ୍ରପାତ ନେଇ ସତର୍କ କରାଯାଇଛି। କୋହଲା ପାଗ ଯୋଗୁଁ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୬ରୁ ୭ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ।

ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ତାତି ବଢ଼ିପାରେ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି । ତେବେ ରବିବାର ଓ ସୋମବାର ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ୍, ବରଗଡ଼ରେ ୩୪.୬, ଟିଟିଲାଗଡ଼ରେ ୩୪ଡିଗ୍ରୀ, ବଲାଙ୍ଗୀରରେ ୩୩.୮, ନୟାଗଡ, ଭବାନୀପାଟଣା, ଜଗତ୍ସିଂହପୁର ଓ ଖୋର୍ଦ୍ଧାରେ ୩୩.୫, ସୋନପୁରରେ ୩୩.୨ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.