Latest Odisha News

BREAKING NEWS

କାଳିଆ ଯୋଜନାରେ ଜାନୁଆରୀ ୨୬ ସୁଦ୍ଧା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମିଳିବ: ମନ୍ତ୍ରୀ

ଭୁବନେଶ୍ୱର : କାଳିଆ ଯୋଜନାରେ ଜାନୁଆରୀ ୨୬ ତାରିଖ ସୁଦ୍ଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରାଯିବା ନେଇ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିନ କହିଛନ୍ତି, ଏହି ଯୋଜନା ଅନ୍ତର୍ଗତ ୧୨ ଲକ୍ଷ ୪୦ ହଜାର କ୍ଷୁଦ୍ର ତଥା ସାଧାରଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ଯଥାଶୀଘ୍ର ପଠାଯିବାର ନିଷ୍ପତ୍ତି ହୋଇଛି । ଏନେଇ ପଦାଧିକାରୀମାନଙ୍କ ଯାଞ୍ଚ ପରେ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯିବ ।

ଏସମ୍ପର୍କରେ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଉପଯୁକ୍ତ ତଥା ବୈଧ ଆବେଦନ ପତ୍ରଗୁଡିକ ଦାଖଲ ହେବା ପରେ ଅଧିକାରୀମାନେ ସେଗୁଡିକୁ ଯାଞ୍ଚ କରିବା ପରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ପ୍ରଦାନ କରାଯିବ ।

କାଳିଆ ଯୋଜନା ଲାଗି ପ୍ରଥମ ପର୍ଯ୍ୟାୟରେ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଥିବା ବେଳେ ୨ୟ ପର୍ଯ୍ୟାୟର ଆବେଦନ ପ୍ରକ୍ରିୟା ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୫ ତାରିଖ ଯାଏଁ ରହିଛି । ୩ୟ ପର୍ଯ୍ୟାୟର ତାରିଖ ଘୋଷଣା ପରବର୍ତ୍ତୀ ସମୟରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.