Latest Odisha News

BREAKING NEWS

‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଓଡିଶା ଝିଅଙ୍କ କମାଲ

ପୁଣେ : ପୁଣେରେ ଚାଲିଥିବା ୨୦୧୯ ମସିହା ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଭାରତ୍ତୋଳନ, ସୁଇମିଂ, ଏବଂ ସ୍ପିଣ୍ଟର ଖେଳାଳୀମାନେ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି ।

୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଭାରତ୍ତୋଳନରେ ଓଡିଶାର ଦେବୀକା ଖିଲା ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଛନ୍ତି ।

ସେହିପରି ୧୭ ବର୍ଷରୁ କମ୍ ମହିଳା ଫୁଟବଲରେ ଓଡିଶା ଦଳ ବୃହତ ବିଜୟ ହାସଲ କରିଛି । ଏହି ଲିଗ୍ ମ୍ୟାଚରେ ହିମାଞ୍ଚଳ ପ୍ରଦେଶ ବିପେକ୍ଷରେ ୯୦ମି. ଖେଳି ୩୬-୦ ଗୋଲରେ ପରାସ୍ତ କରିଛି । ବିଜୟୀ ଓଡିଶା ପକ୍ଷରୁ ବନ୍ୟା କବିରାଜ, ଜ୍ୟୋତି କୁମାରୀ ଓ ଦୀପା ନାୟକ ପ୍ରମୁଖ ୬ଟି ଲେଖାଏଁ ଗୋଲ ସ୍କୋର କରିଥିଲେ ।

୨୧ ବର୍ଷରୁ କମ୍ ବାଳିକା ବର୍ଗରେ ଓଡିଆ ସ୍ପ୍ରିଣ୍ଟର ପ୍ରଜ୍ଞା ସାହୁ ୧୦୦ମି. ହର୍ଡଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୧୪.୩୪ ସେକେଣ୍ଡ ସମୟ ନେଇ ଏହି ରେସ ଜିତିଥିଲେ ।

ଆହୁରି ମଧ୍ୟ ଓଡିଶାର ସୁଇମିଂ ସେନସେସନ୍ ପ୍ରତ୍ୟାଶା ରାୟ ୧୦୦ମି. ବ୍ୟାକ୍ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ହାତେଇଛନ୍ତି । ପ୍ରତ୍ୟାଶା ୧:୧୦:୬୧ ସେକେଣ୍ଡ ସମୟ ନେଇ ଏହି ପଦକ ଜିତିବାରେ ସଫଳ ହୋଇଥିଲେ ।

ଏହି କ୍ରୀଡା ମହୋତ୍ସବରେ ଦେଶର ୧୭ ବର୍ଷରୁ କମ୍ ବର୍ଗ ଓ ୨୧ ବର୍ଷରୁ କମ୍ ବର୍ଗରେ ପ୍ରାୟ ୬ ହଜାର ଯୁବ କ୍ରୀଡାବିତ୍ ଅଂଶ ଗ୍ରହଣ କରିଛନ୍ତି । ଏହି କ୍ରୀଡା ମହୋତ୍ସବରେ ବ୍ୟାଡମିଣ୍ଟନ, ଆଥଲେଟିକ୍ସ, ବକ୍ସିଂ, ଫୁଟବଲ ଓ ହକି ସମେତ ପ୍ରାୟ ୧୮ଟି ଇଭେଣ୍ଟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.