Latest Odisha News

BREAKING NEWS

କାଳିଆ ଯୋଜନା: ସନ୍ତୋଷଜନକ ଉତ୍ତର ନ’ପାଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବୁଧବାର ଦିନ କାଳିଆ ଯୋଜନାକୁ ନେଇ ମନ୍ତ୍ରୀଙ୍କ ଉତ୍ତର ସନ୍ତୁଷ୍ଟ କରିପାରିନଥିଲା ବିରୋଧୀ ସଦସ୍ୟଙ୍କୁ । ଏହାକୁ ନେଇ ଗୃହରେ କିଛି ସମୟ ଲାଗି ପାଟିଗୋଳ ହୋଇଥିବାର ଦେଖାଯାଇଥିଲା । ରାଜ୍ୟ କୃଷି ମନ୍ତ୍ରୀ କାଳିଆ ଯୋଜନାକୁ ନେଇ ଉତଥାପନ ହୋଇଥିବା ଏକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ଗୃହର ପ୍ରଶ୍ନକାଳ ଅଧିବେଶନରେ ଏହି ପ୍ରସଙ୍ଗ ଉତଥାପିତ ହୋଇଥିଲା । ଓଡ଼ିଶାରେ ୨୦୧୦ ଏବଂ ୨୦୧୯ରେ କେେତେ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି ବୋଲି କଂଗେସ ସଦସ୍ୟ ତାରା ବାହିନୀପତିଙ୍କ ଏକ ପ୍ରଶ୍ନ ଉତଥାପନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ, ୨୦୧୧ ସେନସସ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୫୭ ଲକ୍ଷ କୃଷକ ପରିବାର ରହିଛନ୍ତି ଏବଂ ସେଥିମଧ୍ୟରୁ ୩୨.୮୦ ଲକ୍ଷ ଚାଷୀ ଏବଂ ୨୪.୨୦ ଲକ୍ଷ କୃଷି ଶ୍ରମିକ ରହିଛନ୍ତି । ଏହି ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।

ଉମନ୍ତ୍ରୀଙ୍କ ଏହି ଉତ୍ତରରେ ସନ୍ତୁଷ୍ଟ ନ’ହୋଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାର ଦୃଢ ପ୍ରତିବାଦ କରିଥିଲେ । ସେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କହିଥିଲେ, ରାଜ୍ୟରେ କେତେ ଚାଷୀ ଅଛନ୍ତି ସେ ସମ୍ପର୍କରେ ସରକାର କିଛି ଜାଣିନାହାନ୍ତି, କେଉଁ ଆଧାରରେ ଏହି ଯୋଜନାରେ ରାଜ୍ୟ ସରକାର ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ, ଏହି କାଳିଆ ଯୋଜନାରେ ରାଜ୍ୟର ୨୨ ଲକ୍ଷ ଚାଷୀ ଅନ୍ତଭୃକ୍ତ ହୋଇଛନ୍ତି ଏବଂ ଆହୁରି ଅନେକ ଚାଷୀ ଏଥିଲାଗି ଗ୍ରୀନ ଫର୍ମରେ ଆବେଦନ ମଧ୍ୟ କରିଛନ୍ତି । ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା ଖୁବ୍ ଶିଘ୍ର ଅବଗତ କରାଯିବ । ଏପର୍ଯ୍ୟନ୍ତ ରାଜ୍ୟ ସରକାର ୫୦ ଲକ୍ଷ ଚାଷଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି ।

ଏସମ୍ପର୍କରେ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ହୋଇପାରିନଥିବାରୁ କଂଗେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା, ସୁରେଶ ରାଉତରାୟଙ୍କ ସମେତ ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଫୁଲ୍ଲ ସାମଲ ମଧ୍ୟ ମନ୍ତ୍ରୀଙ୍କ ଠାରୁ ଆଉଥରେ ସନ୍ତୋଷଜନକ ଉତ୍ତର ଚାହିଁଥିଲେ ।

Leave A Reply

Your email address will not be published.