Latest Odisha News

BREAKING NEWS

ରାଜ୍ୟସଭା ଉପ ନିର୍ବାଚନ: କାଏମ ରହିଲା ଅମର, ଅଶ୍ୱିନୀ ଓ ସସ୍ମିତଙ୍କ ପ୍ରାର୍ଥୀପତ୍ର

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ଲାଗି ଶାସକ ବିଜେଡ଼ି ଓ ବିଜେପି ପକ୍ଷରୁ ଯେଉଁ ତିନିଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ତାହା ଯାଞ୍ଚ ପରେ କାଏମ ରହିଛି ।

ଓଡ଼ିଶାରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥିଲାଗି ବିଜେଡ଼ି ଓ ବିଜେପି ପକ୍ଷରୁ ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶାସକ ବିଜୁ ଜନତା ଦଳ ପକ୍ଷରୁ ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ଡ଼ଃ ଅମର ପଟ୍ଟନାୟକ ଏବଂ ଦଳର ମୁଖପାତ୍ର ତଥା ବରିଷ୍ଠ ନେତା ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ବିରୋଧୀ ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ ଅଧିକାରୀ ଜୁନ ୨୪ ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଆଜି ଏହି ନାମାଙ୍କନ ପତ୍ର ଗୁଡ଼ିକର ଯାଞ୍ଚ କରାଯାଇଥିଲା, ଏହି ତିନିଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି । ଏହି ଉପ ନିର୍ବାଚନ ଲାଗି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ନରେନ୍ଦ୍ର ନାଥ ମିଶ୍ରଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ନାକଚ ହୋଇଯାଇଛି ।

Leave A Reply

Your email address will not be published.