Latest Odisha News

BREAKING NEWS

କାଳିଚରଣ ମହାରାଜ ଗିରଫ, ମହାତ୍ମାଗାନ୍ଧିଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ

ରାୟପୁର: ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀ ଟିପ୍ପଣୀ ଦେବା । ଗିରଫ ହୋଇଛନ୍ତି ସନ୍ଥ କାଳିଚରଣ ମହାରାଜ । ତାଙ୍କୁ ଖୁଜୁରାହୋରୁ ରାୟପୁର ପୋଲିସ ଗିରଫ କରିଛି । କାଳିଚରଣ ମହାରାଜଙ୍କ ନାଁରେ ରାୟପୁରର ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ କରାଯାଇଥିବା ନେଇ ରାୟପୁର ଏଏସପି ଅଭିଷେକ ମାହେଶ୍ୱରୀ ସୂଚନା ଦେଇଛନ୍ତି ।

ଖୁଜରାହୋର ଏକ ହୋଟଲରେ ଥିଲେ କାଳିଚରଣ ମହାରାଜ । ବିଶେଷ ସୂତ୍ରରୁ ଖବର ପାଇ ଭୋର ସାଢ଼େ ୪ଟା ବେଳେ ତାଙ୍କୁ ଗିରଫ କରିଛି ରାୟପୁର ପୋଲିସ । ସେଠାରୁ ତାଙ୍କୁ ରାୟପୁର ଅଣାଯାଉଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ପାଇଁ ରାୟପୁର ସମେତ ଦେଶର ବିଭିନ୍ନ ସ୍ଥାନରେ କାଳିଚରଣ ମହାରାଜଙ୍କ ନାଁରେ ମାମଲା ହୋଇଥିଲା ।

ଗତ ୨୫ ଓ ୨୬ ତାରିଖରେ ରାୟପୁରର ଏକ ଧର୍ମସଭାକୁ ସମ୍ବୋଧିକ କରିବା ବେଳେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କାଳିଚରଣ ମହାରାଜ । ଭାରତର ବିଭାଜନ ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦାୟୀ କରିଥିଲେ । ବାପୁଜୀଙ୍କୁ ହତ୍ୟା କରିଥିବାରୁ ନାଥୁରାମ ଗଡସେଙ୍କୁ ଧନ୍ୟବାଦ ଦେଇଥିଲେ କାଳିଚରଣ ।

Leave A Reply

Your email address will not be published.