Latest Odisha News

BREAKING NEWS

ଓମିକ୍ରନ୍ ଭୟ: ମୁମ୍ବାଇରେ ଆଜିଠୁ ୭ ତାରିଖ ଯାଏ ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ରରେ ମାଡ଼ି ଚାଲିଛି ଓମିକ୍ରନ୍ । ସଂକ୍ରମଣ ପୁଣି ଥରେ ଉପରମୁହାଁ । ମୁମ୍ବାଇରେ ଦୈନିକ କେସ୍ ବଢୁଛି । ଆଗକୁ ନୂଆବର୍ଷ ଥିବାରୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଆଜିଠାରୁ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।

କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ନୂଆବର୍ଷ ପାଳନ, ପାର୍ଟି ଆୟୋଜନ ଉପରେ ଲାଗିଛି କଟକଣା । ଖୋଲା କି ବନ୍ଦ ସ୍ଥାନ କେଉଁଠି ବି ପାର୍ଟି ହେବ ନାହିଁ । ସେହିପରି ହୋଟେଲ୍, ବାର୍, ରିସର୍ଟ ଓ କ୍ଲବ ଆଦିରେ ନିଉ ଇୟର ସେଲିବ୍ରେସନ୍ ମନା । ନିୟମର ଉଲ୍ଲଂଘନ କଲେ କଠୋରା କାର୍ୟ୍ୟାନୁଷ୍ଠାନ ହେବ ।

ମହାରାଷ୍ଟ୍ରରେ ଗତ ୭ ଦିନ ହେବ ବଢ଼ି ତାଲିଛି କରୋନା କେସ୍ । ମୁମ୍ବାଇରେ ବି ବ୍ୟାପୁଛି । ଦିନକରେ ମୁମ୍ବାଇରେ କରୋନା କେସ୍ ଦୁଇ ଗୁଣା ହୋଇଛି । ଗତକାଲି ମୁମ୍ବାଇ ଚିହ୍ନଟ ହୋଇଥିଲେ ୨୫ଶହ ୧୦ କରୋନା ଆକ୍ରାନ୍ତ । ତାପୂର୍ବ ଦିନ ଏହି ସଂଖ୍ୟା ଥିଲା ୧୩ଶହ ୭୭ ।

Leave A Reply

Your email address will not be published.