Latest Odisha News

BREAKING NEWS

Kalimegha murder case:କାଳୀମେଘା ହତ୍ୟାକାଣ୍ଡ ଘଟଣାର ଫର୍ଦ୍ଦାଫାଶ;ପତ୍ନୀଙ୍କ ସମେତ ୫ ଗିରଫ

ଯାଜପୁର: ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ ।ପ୍ରେମକୁ ନେଇ ଯୋଜନାବଦ୍ଧ ଭାବେ ହତ୍ୟା ହୋଇଥିବା ତଦନ୍ତରେ ସ୍ପଷ୍ଟ ହୋଇଛି । ମୃତ ସୋମ୍ୟସାଗରଙ୍କ ପତ୍ନୀ ଶୁଭଶ୍ରୀଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ହତ୍ୟାକାଣ୍ଡରେ ପତ୍ନୀଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଖୁଲାସା କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଯାଜପୁର ଏସପି।

ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଗୁଳିକାଣ୍ଡ ଘଟଣାରେ ବ୍ୟବହୃତ ବନ୍ଧୁକକୁ ଯାଜପୁର ପୋଲିସ ଜବତ କରିଛି । ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀପଠାରୁ ଜବତ ହେଲା ପିସ୍ତଲ ।

ଗତ ୬ ତାରିଖ ରାତି ପ୍ରାୟ ୧୦.୩୦ରୁ ୧୦.୪୫ ବେଳେ ଯାଜପୁରର କୁଆଁସରାପୁର ଗ୍ରାମର ସୌମ୍ୟ ସାଗର ସାମଲ ଗରିଆପୁର ଛକରୁ ତାଙ୍କ ଭଡା ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିଚାଳନା କରିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବଂ ପରେ କଟକ ଏସସିବି ମେଡିକାଲକୁ ନେଇଥିଲେ । କିନ୍ତୁ ସେହି ରାତିରେ ଚିକିତ୍ସାଧୀନ ସମୟରେ ସେ ପ୍ରାଣ ହରାଇଥିଲେ । ଘଟଣା ପରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । SDPOଙ୍କ ନେତୃତ୍ୱରେ ଗଠିତ ବିଶେଷ ଟିମ୍ CCTV ଫୁଟେଜ ଓ ଟେକ୍ନିକାଲ ଏଭିଡେନ୍ସ ଆଧାରରେ ତଦନ୍ତକୁ ଆଗେଇ ନେଇଥିଲା ।

Leave A Reply

Your email address will not be published.