ଭୁବନେଶ୍ୱର: କିଟ୍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍ଏମ୍ କମ୍ୟୁନିଟି ରେଡ଼ିଓ । ସ୍ଥାନୀୟ କର୍ପୋରେଟର୍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ ଚନ୍ଦକା, ଅନ୍ଧାରୁଆ, ଦାରୁଠେଙ୍ଗ, ପଥରଗାଡ଼ିଆ ଆଦି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କମ୍ୟୁନିଟି ରେଡିଓ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ ।
୨୫ ବର୍ଗ କିଲୋମିଟର ଅଞ୍ଚଳର ଜନସାଧାରଣଙ୍କୁ ଏହି ରେଡିଓ ମାଧ୍ୟମରେ ବିଭିନ୍ନ ସୂଚନା ଓ ମନୋରଞ୍ଜନ ଯୋଗାଇ ଦିଆଯାଇ ପାରିବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ। ଏହା ବ୍ୟତୀତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଓ ଆଞ୍ଚଳିକ ବିକାଶ ଦିଗରେ ଏହି ରେଡ଼ିଓ କାର୍ଯ୍ୟ କରିବ ବୋଲି ସେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସତ୍ୟଜିତ ରାୟ ଫିଲ୍ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କଳିଙ୍ଗ ଭାରତୀ କମ୍ୟୁନିଟି ରେଡିଓର ମୁଖ୍ୟ ଅନାଦି ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.