Latest Odisha News

BREAKING NEWS

ପଡିଆରୁ ଚୁଇଂଗମ ଉଠାଇ ଖାଇଲେ ଲାବୁଶେନ

ଲଣ୍ଡନ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଲାବୁଶେନଙ୍କ ପାଟିରୁ ଚୁଇଂଗମ ପଡିଆରେ ପଡି ଯାଇଥିଲା । ମାତ୍ର ଏହା ପରେ ସେ ଆଶ୍ଚର୍ଯ୍ୟଜନକ ଭାବେ ସେହି ଚୁଇଂଗମକୁ ଉଠାଇ ପାଟିରେ ପୂରାଇ ଦେଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ବେଳେ ତାଙ୍କୁ ପ୍ୟାଭିଲିୟନରେ ଶୋଇଥିବା ଦେଖିବାକୁ ମିଳିଥିଲା ।

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୧୬ ରନ ଜବାବରେ ଇଂଲଣ୍ଡ ୩୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ତୃତୀୟ ଦିବସରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଖବର ହସ୍ତଗତ ହେଲା ବେଳକୁ ୧ ୱିକେଟ ବିନିମୟରେ ୮୧ ରନ କରି ଓଭରାଲ ୧୭୨ ରନର ଅଗ୍ରଣୀ ହାସଲ କରି ନେଇଛି । ଉସମାନ ଖ୍ୱାଜା ୪୫ ଓ ଲାବୁଶେନ ୮ ରନ କରି ଅପରାଜିତ ରହିଛନ୍ତି ।

Leave A Reply

Your email address will not be published.