Latest Odisha News

BREAKING NEWS

କେଜିଆଇ କରିବ କଳିଙ୍ଗ ଫାବ ଲାବ, ଷ୍ଟାର୍ଟଅପର ସୁଯୋଗ ପାଇ ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯାଜପୁର ତଥା ରାଜ୍ୟର ଅଗ୍ରଣୀ ଶିକ୍ଷନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ ଅଫ୍‍ ଇନଷ୍ଟିଚ୍ୟୁସନ୍ସ (କେଜିଆଇ) ସବୁବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନୂଆ ପଦକ୍ଷେପ ନେଇ ଆଜି ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଯାଜପୁରରେ ଏକ ଅତ୍ୟାଧୁନିକ ଫେବ୍ରିକେସନ ଲାବ ଯାହାକି ‘‘କଳିଙ୍ଗ ଫାବ ଲାବ’’ ନାମରେ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

ଏହି ଲାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ କଳିଙ୍ଗନଗର ପଲିଟେକନିକର ନୂଆଦିଲ୍ଲୀ କାରଖାନା କମ୍ପାନୀ ସହ ଏକ ଚୁକ୍ତି ସ୍ୱାକ୍ଷର କେଜିଆଇର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ହୋଇନଯାଇଛି । ଏହି ଅବସରରେ କେଜିଆଇ ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଉପସ୍ଥିତ ରହି ଯାଜପୁରରେ ପ୍ରଥମ କରି ଏହି ଇନୋଭେସନ ଲ୍ୟାବ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରତିପାଦନ କରିବାକୁ ବହୁତ ସହାୟକ ହେବ ବୋଲି କହିଥିଲେ ।

କାରଖାନାର ମୁଖ୍ୟ ସିଦ୍ଧାର୍ଥ ଭଟର ଯାଜପୁରରେ ଏମିତି ଏକ ଲ୍ୟାବ କରି ସେହି ଜିଲ୍ଲା ତଥା ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଏମିତି ଏକ ସୁଯୋଗ କେଜିଆଇ ଦେଇଥିବାରୁ ଧନ୍ୟବାଦ ଦେବା ସହ ଲ୍ୟାବ କାର୍ଯ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଏହି ଚୁକ୍ତି ସ୍ଵାକ୍ଷର ସମୟରେ କେଜିଆଇର ମୁଖ୍ୟ ପ୍ରଶାସନିକ ଅଧିକାରୀ ବିଜୟ ପ୍ରସାଦ ନାୟକ, ଇଣ୍ଟରୋ ହବ୍‍ର ମୁଖ୍ୟ ଅଭିଳାଷ ପତି, କ୍ରେଙ୍ଗ ଏଜୁକେସନର ମୁଖ୍ୟ ଅମୀୟ ମିଶ୍ର, ନନ୍ଦନ, ପ୍ରିୟରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.