ମାଲକାନଗିରି:ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମାଙ୍କଡ଼ଝୋଲା ଝରଣା ନିକଟରେ ଭୂସ୍ଖଳନ । ମାଙ୍କଡ଼ ଝୋଲା ଠାରୁ ମୁଦୁଲିପଡା ବଣ୍ଡାଘାଟିକୁ ଯାଇଥିବା ମୁଖ୍ୟ ରାସ୍ତାରୁ ଅତଡା ଖସି ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଖଇରପୁଟ ବିଡିଓ ,ତହସିଲଦାର ନ ଓ ଆର ଏଣ୍ଡ ବି ବିଭାଗ ଯନ୍ତ୍ରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ସେହିପରି କନ୍ଧମାଳ କଳିଙ୍ଗା ଘାଟିରେ ପୁଣି ଅଘଟଣ ହୋଇଛି । ଗତ ସପ୍ତାହରେ ଭୂସ୍ଖଳନ ପରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପଥର ଖସିଛି । ପୁଣି ଥରେ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସିବାରୁ ମରାମତି କାମ ଧୋଇଯାଇଛି । ଯାହାଦ୍ବାରା କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।
ସୂଚନାଥାଉକି ଗତ ସପ୍ତାହରେ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା ।
Comments are closed.