Latest Odisha News

BREAKING NEWS

Cyclone Montha: କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା; ୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟି କାର୍ଯ୍ୟ

ଫୁଲବାଣୀ: ସମ୍ଭାବ୍ୟ ବାତ୍ୟା ‘ମନ୍ଥା’(Montha) ପାଇଁ କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ପାଳନ ହେବ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଓଡ଼ିଶାର ଦକ୍ଷିଣ, ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୩ ଦିନ ମଧ୍ୟରେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଧନଜୀବନ ହାନୀକୁ ନଜରରେ ରଖି ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉକି, ସେପ୍ଟେମ୍ବର ୧୬ରେ ଘାଟିରେ ଭୂସ୍ଖଳନ (Kalinga ghati landslide)ହୋଇ ରାସ୍ତା ଧୋଇ ଯାଇଥିଲା। ଏହାର ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ଥିବାରୁ ଯାତାୟାତ ବନ୍ଦ ରହିଛି।

Comments are closed.