Latest Odisha News

BREAKING NEWS

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ଵର : ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକମରେ ରାଜ୍ୟପାଳଙ୍କ ସମେତ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ମହେଶ ରାୟ ଏବଂ ତୁଲସୀରାମ ଜଗତ ପ୍ରମୁଖ ଉପସ୍ଥିତ ଥିଲେ।

୩୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନୀ, ତାଙ୍କର ରାଜନୀତି ଜୀବନରୁ ନେଇ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସବୁ ବର୍ଣ୍ଣନା କରାଯାଇଛି। ପୂର୍ବରୁ ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗ, ଭାରତୀୟ ନାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପୁସ୍ତକ ରଚନା କରିଛନ୍ତି ।

ଏଯାବତ ୩୦୩୭ଟି ପୁସ୍ତକ ରଚନା କରି ଭାଷା ସାହିତ୍ୟକୁ ସୁଦୃଢ଼ କରିଥିବା ଶ୍ରୀ ମହାପାତ୍ର , ସମାଜ, ସଭ୍ୟତା, ସଂସ୍କୃତି ପ୍ରତି କିଛି ଉଲ୍ଲେଖନୀୟ ଅବଦାନ ରହିଛି, ସେମାନଙ୍କ ଜୀବନୀ, କୃତିତ୍ଵ, ନିଷ୍ଠା, ଏକାଗ୍ରତା ଏବଂ ସାମଗ୍ରୀକ ଜୀବନକୁ ନେଇ ସେ ପୁସ୍ତକ ରଚନା କରିବାକୁ ସବୁବେଳେ ଆଗ୍ରହୀ ଏବଂ ଆଗାମୀ ଦିନରେ ମହାମହିମ ରାଜ୍ୟପାଳଙ୍କ ବିଷୟରେ ପୁସ୍ତକ ରଚନା କରିବେ ବୋଲି କହିଥିଲେ ।

Leave A Reply

Your email address will not be published.