Latest Odisha News

ବାତ୍ୟା ଯୋଗୁଁ କଳିଙ୍ଗ ଷ୍ଟାଡିୟମରେ ନଷ୍ଟ ହେଲା ୧୧ କୋଟି ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୧୧ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ବୁଧବାର ଦିନ ଆନ୍ତ-ମନ୍ତ୍ରଣାଳୟ ଟିମ୍ ଷ୍ଟାଡିୟମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ନେଇ ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ସୂଚନା ପ୍ରଦାନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଆଥଲେଟିକ୍ ଷ୍ଟାଡିୟମର ଛାତ ଓ ଲିଫ୍ଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ପୁନରୁଦ୍ଧାର ନିତାନ୍ତ ଆବଶ୍ୟକ । ସେହିପରି ଷ୍ଟାଡିୟମ୍ ଗ୍ରାଉଣ୍ଡ ଓ ଟର୍ଫ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏଠାରେ ଜୁନ୍ ୬ ତାରିଖଠାରୁ ଏଫଆଇଏଚ୍ (ଅନ୍ତର୍ଜାତୀୟ ହକି ଫେଡେସେନ୍) ୨୦୧୯ ପୁରୁଷ ହକି ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟାଡିୟମ ମରାମତି କରିବାରେ ଆବଶ୍ୟକତା ରହିଛି ।

ତେବେ ଶ୍ରୀଯୁକ୍ତ ଦେବ ମଧ୍ୟ କେନ୍ଦ୍ରୀୟ ଟିମଙ୍କ ସହ ସାକ୍ଷାତ କରି ଏନେଇ ଆଲୋଚନା କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.