Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ମହିଳା ଏସିଆନ୍ କପ୍ ଇଣ୍ଡିଆ-୨୦୨୨ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କଳିଙ୍ଗରେ ହେବ ଫୁଟବଲ ମହାସମର । ଭୁନେଶ୍ୱର କଳିଙ୍କ ଷ୍ଟାଡିୟମ ଆୟୋଜନ କରିବ ଆଉ ଏକ ଅନ୍ତର୍ଜତାୟୀ କ୍ରୀଡ଼ା ଇଭେଣ୍ଟ । ୨୦୨୨ AFC ମହିଳା ଏସିଆନ୍ କପ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭୁବନେଶ୍ୱର ସମେତ ମୁମ୍ବାଇ ଓ ଅହମ୍ମଦାବାଦରେ ମଧ୍ୟ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଗ୍ରୀନ୍ ସିଗନାଲ ଦେଇଛି ଏସିଆନ୍ ଫୁଟବଲ କନଫେଡେରେସନ୍(AFC) ।

ଆସନ୍ତାବର୍ଷ ଜାନୁଆରୀ ୨୦ରୁ ଫେବ୍ରୁଆରୀ ୬ ତାରିଖ ଭିତରେ ଖେଳାଯିବ AFC ମହିଳା ଏସିଆନ୍ କପ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ । ଅଲଇଣ୍ଡିଆ ଫୁଟବଲ ଫେଡେରେସନ୍(AIFF) ଓ ସ୍ଥାନୀୟ ଆୟୋଜକ କମିଟି ଏଥିପାଇଁ ସହମତି ପ୍ରଦାନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆସନ୍ତା ସେପ୍ଟେମ୍ବର ୧୩ରୁ ୨୫ ତାରିଖରେ ଭିତରେ କ୍ୱାଲିଫାୟାର ମ୍ୟାଚ୍ ଖେଳାଯିବ ।

ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍, ଏଫଆଇଏଚ୍ ହକି ଓ୍ୱାର୍ଲଡ ଲିଗ୍, ଚାମ୍ପିଅନ୍ସ ଟ୍ରଫି ହକି ଭଳି ଅନ୍ତର୍ଜାତୀୟ ଇଭେଣ୍ଟ ସଫଳତାର ସହ ଆୟୋଜନ କରିଛି । ବହୁ ଜାତୀୟସ୍ତରର ମ୍ୟାଚ ବି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ।

Leave A Reply

Your email address will not be published.