Latest Odisha News

BREAKING NEWS

‘କଳକୀ 2898AD’ ଫିଲ୍ମରେ ସାମ୍ନାକୁ ଆସିଲା ଅମିତାଭ ବଚ୍ଚନଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ନାଗ ଅଶ୍ୱିନ୍ ନିର୍ଦ୍ଦେଶିତ ‘କଳକୀ 2898AD’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । ଯେଉଁଥିରେ ପ୍ରଭାସ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି। ଏହି ଚଳଚ୍ଚିତ୍ରଟି ହେଉଛି ଭାରତରେ ନିର୍ମିତ ପ୍ରଥମ ସାଇନ୍ସ ଫିକ୍ସନ ମୁଭି । ଏହି ଫିଲ୍ମରେ ପ୍ରଭାସ, ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋନ ଅନେକ ପ୍ରମୁଖ ଭୂମିକାରେ ନଜର ଆସିବେ। ନିର୍ମାତାମାନେ ଫିଲ୍ମର ଅମିତାଭ ବଚ୍ଚନଙ୍କ ଫାଷ୍ଟ ଲୁକ୍ ରିଭିଲ କରିଛନ୍ତି ଏବଂ ରବିବାର ଦିନ ଅର୍ଥାତ ଆଜି ଫିଲ୍ମ ବିଷୟରେ ଏକ ବଡ ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏଥିରେ ଅମିତାଭ ବଚ୍ଚନ ଏକ ମନ୍ଦିର ଭିତରେ ବସିବାର ନଜର ଆସୁଛନ୍ତି ।  ଯେଉଁଥିରେ ମଇଳା ଧଳା ଧୋତି ଏବଂ କୁର୍ତ୍ତା ପରିଧାନ କରି ସେ ଏକ ମନ୍ଦିର ଭିତରେ ବସିଛନ୍ତି । ତାଙ୍କର ପୁରା ଶରୀର ଏକ ବ୍ୟାଣ୍ଡେଜ୍ ଦ୍ବାରା  ବନ୍ଧା ହୋଇଛି । ଏବଂ ଦୁଇ ଆଖିରେ ରହସ୍ୟମୟ ଭାବରେ ଆସୁଥିବା ଆଲୋକକୁ ଦେଖୁଛନ୍ତି । ଅମିତାଭଙ୍କର ଏହି ପୋଷ୍ଟର କ୍ୟାପସନରେ ଲେଖା ହୋଇଛି, “ସେ କିଏ ବୋଲି ଜାଣିବାର ସମୟ ଆସିଛି।”ନିର୍ମାତାମାନେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କର ଏହି ଲୁକ୍ ବିଷୟରେ ଏହା ଷ୍ଟାର୍ ସ୍ପୋର୍ଟସ୍ ଇଣ୍ଡିଆରେ ଏପ୍ରିଲ୍ ୨୧ ଅର୍ଥାତ ଆଜି ସନ୍ଧ୍ୟା ୭:୧୫ ରେ ପ୍ରକାଶ ପାଇବ । ତେବେ ଫିଲ୍ମ ରିଲିଜ୍ ହେବାର ଅପଡେଟ୍ ଆଜି ଜଣାପଡିବା ନେଇ ଆଶା କରାଯାଉଛି ।

 

Leave A Reply

Your email address will not be published.