Latest Odisha News

BREAKING NEWS

କମାଲ କଲାଣି କମଳା ହାସନଙ୍କ ବିକ୍ରମ: ରିଲିଜ ପୂର୍ବରୁ ୨୦୪ କୋଟି ଆୟ

ମାଡ୍ରାସ: ବଲିଉଡରେ ଫିଲ୍ମଗୁଡିକ ଆଶାନୁରୂପ ସଫଳତା ହାସଲ କରିପାରୁ ନ ଥିବା ବେଳେ ଦକ୍ଷିଣ ଭାରତୀୟ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ବାହୁବଳୀ, ଆରଆରଆର, ପୁଷ୍ପା ଓ କେଜିଏଫ ପରେ ଏବେ ରିଲିଜ ହେବାକୁ ଯାଉଛି କମଳା ହାସନ ଓ ବିଜୟ ସେତୁପତିଙ୍କ ବିକ୍ରମ । ଏହି ଫିଲ୍ମର ବଜେଟ ୧୫୦ କୋଟି ହୋଇଥିବା ବେଳେ ସାଟେଲାଇଟ ରାଇଟ୍ସ, ଆଡଭାନ୍ସ ବୁକିଂ ଓ ଓଟିଟି ବାବଦକ ୨୦୪ କୋଟି ଆୟ କରିସାରିଛି । ଆଡଭାନ୍ସ ବୁକିଂ ପାଇଁ ଲୋକେ ରାତି ଅଧରୁ ଲାଇନରେ ଛିଡା ହେବାରେ ଲାଗିଛନ୍ତି ।

ଏପରିକି ଜଣେ ବ୍ୟକ୍ତି ୬୦ଟି ଟିକେଟ ବହୁ କଷ୍ଟରେ କିଣିବା ପରେ ତାକୁ ସୋସିଆଲ ସାଇଟରେ ଶେୟାର କରିଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ବଲିଉଡ ଓ ସାଉଥ ଫିଲ୍ମ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କମଳା ହାସନ କହିଛନ୍ତି ଏହା କୌଣସି ବିବାଦ ନୁହେଁ । ପ୍ୟାନ ଇଣ୍ଡିଆ ଫିଲ୍ମ ସବୁବେଳେ ନିର୍ମାଣ ହେଉଛି । ଏହା କୌଣସି ନୂଆ କଥା ନୁହେଁ । ସମସ୍ତଙ୍କ ଉଦ୍ଦେଶ୍ୟ ମନୋରଂଜନ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.