Latest Odisha News

BREAKING NEWS

ଦିଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ଆଳରେ ସଲମାନଙ୍କୁ ପୁନର୍ବାର ବୁଢ଼ା କହିଲେ କେଆରକେ

ମୁମ୍ବାଇ:ସଲମାନ ଖାଁ ଏବଂ କମାଲ ଖାଁଙ୍କ ମଧ୍ୟରେ ଉପୁଜିଥିବା ବିବାଦ କମିବାର ନାମ ନେଉ ନାହିଁ । ଆଜି ଦିଶା ପାଟ ପାଟନୀଙ୍କୁ ତାଙ୍କ ୨୯ତମ ଜନ୍ମ ଦିବସ ଶୁଭେଚ୍ଛା ଜଣାଇବା ଆଳରେ କେଆରକେ ପୁନର୍ବାର ସଲମାନଙ୍କୁ କଟାକ୍ଷ କରିଛନ୍ତି । ସେ ଦିଶାଙ୍କୁ ଟୁଇଟ କରିଛନ୍ତି, ପ୍ରିୟ ଦିଶା ପାଟନୀ ତୁମକୁ ଜନ୍ମ ଦିନର ଅନେକ ଶୁଭେଚ୍ଛା, ବୁଢ଼ା ଅଭିନେତାଙ୍କ ସହ ତୁମେ ଜମାରୁ ଭଲ ଲାଗୁ ନାହଁ । ପ୍ଲିଜ ଏଥର କେବଳ ଟାଇଗରଙ୍କ ସହ କାମ କର । ଏହି ଟୁଇଟ ଏବେ ପୁନର୍ବାର ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି ।

ସୂଚନାଯୋଗ୍ୟ, ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇକୁ ସମାଲୋଚନା କରିବା ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ରାଧେ ଫିଲ୍ମ ବକ୍ସ ଅଫିସରେ ସେଭଳି ସଫଳତା ହାସଲ କରି ନ ପାରିବାରୁ ଏହି ବିବାଦ ତୀବ୍ର ରୂପ ଧରିଥିଲା । ଏପରି କି ସଲମାନଙ୍କ ଲିଗାଲ ଟିମ କେଆରକେ ବିପକ୍ଷରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ ।

Leave A Reply

Your email address will not be published.