Latest Odisha News

ରାଜ୍ୟ ସରକାରଙ୍କୁ ୫ ହଜାର ଅକ୍ସିଜେନ୍ ସିଲିଣ୍ଡର ଦେଲା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ମିଳିଲା ଅକ୍ସିଜେନ୍ ସିଲିଣ୍ଡର । ଆଜି ଆଉ ୫ ହଜାର ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ । ରାଜ୍ୟ ଔଷଧ ନିଗମ ପରିସରରେ ଇପିକଲ ଏମଡି ନୀତିନ ଭାନୁଦାସ ଜାୱଲେଙ୍କୁ ନିପନ ଷ୍ଟିଲ କର୍ତ୍ତୃପକ୍ଷ ଏହି ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଛନ୍ତି । ପୂର୍ବରୁ ୧୩୦୦ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଥିଲା ନିପନ ଷ୍ଟିଲ । ଏହି ସିଲିଣ୍ଡରକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୪୦ ହଜାର ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ହୋଇଛି ।

କରୋନା ଭଳି ମହାମାରୀ ସମୟରେ ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ରହିଛି । ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ କମୁଥିବାରୁ ପ୍ରାୟ ୧୦ ହଜାର ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ରାଜ୍ୟରେ ଏବେ ବିପୁଳ ପରିମାଣର ସିଲିଣ୍ଡର ଉପଲବ୍ଧ ରହିଛି । ତେବେ ଆଗାମୀ ଦିନରେ କୋଭିଡ ମୁକାବିଲା କ୍ଷେତ୍ରରେ ଏହା ବେଶ ସହାୟକ ହେବ । ଏହାସହ ଆବଶ୍ୟକତା ଅନୁସାରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍ ସିଲିଣ୍ଡର ପଠାଇପାରିବ ରାଜ୍ୟ ସରକାର ।

Leave A Reply

Your email address will not be published.