ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। କରୋନା ଭୂତାଣୁ ସଂକ୍ରମଣର ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ସର୍ବାଧିକ କରୋନା ପ୍ରଭାବିତ ଦେଶ ଆମେରିକାରେ ପ୍ରତିଦିନ ୧ ଲକ୍ଷ ୨୦ ହଜାରରୁ ଅଧିକ ନୂତନ କରୋନା ମାମଲା ଦେଖିବାକୁ ମିଳୁଛି। ନିର୍ବାଚନରେ ଜିତିବା ପରେ ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଥିବା କମଲା ହାରିସ୍ କରୋନା ସଚେତନତାକୁ ନେଇ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି।
କମଲା ହାରିସ୍ କହିଛନ୍ତି ଯେ ଏବେ ବି କରୋନାର ପ୍ରକୋପ ଜାରି ରହିଛି। ଏଥିପାଇଁ ମାସ୍କ ଲଗାଇବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। କମଲା ହାରିସ୍ କହିଛନ୍ତି ଯେ ସାମାଜିକ ଦୂରତା ମଧ୍ୟ ପାଳନ କରାଯିବା ଉଚିତ୍। ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍ଙ୍କ ବିଜୟର ଗୋଟିଏ ଦିନ ପରେ କମଲା ହାରିସଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ବାଇଡେନ୍ ସରକାର କରୋନା ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରିବେ ନାହିଁ।
Comments are closed.