Latest Odisha News

BREAKING NEWS

ଆଜି ବିଜେପିରେ ଯୋଗ ଦେଇପାରନ୍ତି ସିନ୍ଧିଆ; ସରକାର ବଂଚାଇବାକୁ କଂଗ୍ରେସର ପ୍ରୟାସ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ରାଜନୈତିକ ପରିବେଶ ସରଗରମ ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କ ସହିତ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡିଦେଇଛନ୍ତି । ଯାହାପରେ ମଧ୍ୟ ପ୍ରଦେଶରେ କମଲନାଥ ସରକାରଙ୍କ ସଂଖ୍ୟା କମିଯାଇଥିବା ନଜର ଆସିଛି । ଏହା ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ଯୋଗ ଦେଇପାରନ୍ତି ।

ଏବେ ସମସ୍ତଙ୍କ ନଜର କମଲନାଥ ସରକାରଙ୍କ ଉପରେ । କ’ଣ କମଲନାଥ ନିଜ ସରକାର ବଂଚାଇବାରେ ସଫଳ ହୋଇପାରିବେ । କଂଗ୍ରେସ ନିଜ ବାକିତକ ବିଧାୟକଙ୍କୁ ଜୟପୁର ନେଇକି ଯିବ । ବିଜେପି ପୂର୍ବରୁ ହିଁ ନିଜ ୧୦୬ ବିଧାୟକଙ୍କୁ ହରିୟାଣାର ମାନେସର ପହଂଚାଇ ଦେଇଛି । ତଥାପି ମଧ୍ୟ ମୁଖ୍ୟମନ୍ତ୍ରୀ କମଲନାଥ ବହୁମତ ହାସଲ କରିବା ନେଇ ଦାବି କରୁଛନ୍ତି ।

ସୂଚନାଯୋଗ୍ୟ, ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସର ସଂଖ୍ୟା ୧୧୪ରୁ ୯୨ରେ ପହଞ୍ଚିଛି । ମଙ୍ଗଳବାର ଦିନ କମଲନାଥଙ୍କ ବୈଠକରେ କଂଗ୍ରେସର ୯୨ ବିଧାୟକଙ୍କ ମଧ୍ୟରୁ ୮୮ଜଣ ବିଧାୟକ ପହଞ୍ଚିଥିଲେ ।

Leave A Reply

Your email address will not be published.