ନୂଆଦିଲ୍ଲୀ: ଆଥଲେଟିକ୍ସ ଇଂଟିଗ୍ରିଟି ୟୁନିଟ ଭାରତର ଅଲିମ୍ପିଆନ ଡିସକସ ଥ୍ରୋୟର କମଲପ୍ରୀତ କୌରଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରିଛି । ପଞ୍ଜାବର ଏହି ୨୬ ବର୍ଷୀୟା ଆଥଲେଟ ନିଷିଦ୍ଧ ଡ୍ରଗ୍ସ ସେବନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାର୍ଚ୍ଚ ୨୯ରୁ କମଲପ୍ରୀତଙ୍କ ଉପରେ ଏହି ଦଣ୍ଡାଦେଶ ଲାଗୁ କରାଯିବ । ସେ ଏହା ପରେ ୩ ବର୍ଷ ଯାଏ କୌଣସି ଆନ୍ତର୍ଜାତୀୟ ଇଭେଂଟରେ ଭାଗ ନେଇପାରିବେ ନାହିଁ । ପୂର୍ବରୁ ୨୯ ମାର୍ଚ୍ଚରୁ ସେ ଅସ୍ଥାୟୀ ଭାବେ ନିଲମ୍ବିତ ହୋଇଥିଲେ । ଚଳିତ ବର୍ଷ ୭ ମାର୍ଚ୍ଚରେ ତାଙ୍କର ସାମ୍ପୁଲ ପଟିୟାଲାରେ ନିଆଯାଇଥିଲା । ଏଥିରେ ଷ୍ଟେନୋଜୋଲୋଲ ନାମକ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା ।
ଏହାର ପରବର୍ତୀ ଟେଷ୍ଟରେ ମଧ୍ୟ ଏହା ପଜିଟିଭ ଜଣା ପଡିଥିଲା । ୨୦୨୦ ଅଲିମ୍ପିକ୍ସରେ କମଲପ୍ରୀତ ୬ଷ୍ଠ ସ୍ଥାନରେ ରହି ପଦକ ହାସଲରୁ ବଂଚିତ ହୋଇଥିଲେ । ସେହିପରି ଗତ ବର୍ଷ ସେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ।
Comments are closed.