Latest Odisha News

BREAKING NEWS

କାମ୍ବଲୀ ଅସୁସ୍ଥ, କଥା କହି ପାରୁ ନାହାନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ତଥା ସଚିନ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ ପୂନର୍ବରେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ଭାଇ ବୀରେନ୍ଦ୍ର କାମ୍ବଲୀ କହିଛନ୍ତି ଯେ, ସେ ଏବେ ବି କଥା ଠିକରେ କହି ପାରୁ ନାହାନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରେ ଲାଗିଛି । ୨୧ ଡିସେମ୍ବର ୨୦୨୪ରେ ୟୁରିନ ଇନଫେକସନ ଯୋଗୁ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଦୀର୍ଘ ଦିନ ହେବ କାମ୍ବଲୀ ଅସୁସ୍ଥ ରହି ଆସୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିପରି ଉନ୍ନତି ହେବ ସେଥିନେଇ ଆପଣମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।

ଏବେ ବ୍ରେନ ସ୍କାନ, ୟୁରିନ ଟେଷ୍ଟ ଏବଂ ଅନ୍ୟ ପରୀକ୍ଷଣ ସବୁ କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି । ସେ ଖୁବ ଶୀଘ୍ର ସୁସ୍ଥ ହେବେ ବୋଲି ତାଙ୍କ ଭାଇ କହିଛନ୍ତି । କାମ୍ବଲୀ ୧୭ ଟେଷ୍ଟ ଓ ୧୦୪ ଦିନିକିଆ ମ୍ୟାଚ ଭାରତ ପକ୍ଷରୁ ଖେଳିଛନ୍ତି । ଅବସର ନେବା ପରେ ସେ ମଦ କବଳରେ ପଡି ଯାଇଥିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା । ୨୦୧୩ରେ ତାଙ୍କର ୨ଥର ହାର୍ଟ ଆଟାକ ଆସିଥିଲା ।

Comments are closed.