Latest Odisha News

BREAKING NEWS

ପୁଣି ମୁହାଁମୁହିଁ ଟ୍ରେନ; ୧୫ ଆହତ

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ବାଲେଶ୍ୱର ବାହାନଗା ଭଳି ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର ଦିନ କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରିରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି |

ଟ୍ରେନଟି ବଙ୍ଗଳାର ନୂଆ ଜଲପାଇଗୁରୀ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏଭଳି ଦୁର୍ଘଟଣା ଘଟିଛି। କୋଲକତାର ସିଲଦା ଷ୍ଟେସନକୁ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା | ସିଲିଗୁରିର ରଙ୍ଗାପାନି ଅଞ୍ଚଳରେ ଏକ ମାଲବାହୀ ଟ୍ରେନ୍, ଉକ୍ତ ଯାତ୍ରୀବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁଁ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିନଥିବା   ବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।

Leave A Reply

Your email address will not be published.