Latest Odisha News

BREAKING NEWS

ସ୍କୁଲ ଛାତ୍ରୀଙ୍କ ଶିଶୁ ପ୍ରସବ ଘଟଣାରେ ସମଗ୍ର କନ୍ଧମାଳ ବନ୍ଦ, ଜୀବନଯାତ୍ରା ବାଧାପ୍ରାପ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗୀବାଡ଼ିର ଏକ ସେବାଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଜଣେ ୮ମ ଶ୍ରେଣୀ ନାବାଳିକା ଛାତ୍ରୀ ଜାନୁଆରୀ ୧୨ ତାରିଖରେ ଶିଶୁ ସନ୍ତାନ ପ୍ରସବ କରିବା ଘଟଣାରେ, ଆଜି ସମଗ୍ର କନ୍ଧମାଳ ଜିଲ୍ଲାରେ ଏହାକୁ ନିନ୍ଦା କରାଯାଇ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହା ଫଳରେ ସମଗ୍ର ଜିଲ୍ଲାରେ ଜୀବନଯାତ୍ରା ବ୍ୟାହତ ହୋଇ ପଡ଼ିଛି ।

ଏହି ବନ୍ଦ ଡ଼ାକରା ଫଳରେ କନ୍ଧମାଳ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଦୋକାନ, ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହିତ ରାସ୍ତା ଅବରୋଧ ଯୋଗୁ ରାସ୍ତା କଡ଼ରେ ଶହ ଶହ ଯାନ ବାହନ ଅଟକି ରହିଛି ।

ଆଜି ଜିଲ୍ଲାରେ ପାଳନ ହେଉଥିବା ୧୨ ଘଣ୍ଟିଆ ବନ୍ଦ ଡ଼ାକରା ‘କନ୍ଧମାଳ ସୁରକ୍ଷା ସମିତି’ ପକ୍ଷରୁ ପାଳନ କରାଯାଉଥିବା ବେଳେ ବିଜେପି ରାଜ୍ୟ ଶାଖା ଏହି ବନ୍ଦକୁ ମଧ୍ୟ ସମର୍ଥନ କରୁଥିବା ସୂଚନା ମିଳିଛି ।

ବିଜେପି କର୍ମୀ ଏବଂ ‘କନ୍ଧମାଳ ସୁରକ୍ଷା ସମିତି’ର ସଦସ୍ୟମାନେ ଦାରିଙ୍ଗୀବାଡ଼ି, ବାଲିଗୁଡ଼ା, ରାଇକିଆ ରାସ୍ତା ଅବରୋଧ କରିଛନ୍ତି । ଆନ୍ଦୋଳନକାରୀମାନେ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରୁଥିବା ବେଳେ ରାଜ୍ୟ ଅନୁସୂଚିତ ଜାତି ଓ ଉପଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ମାଝୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଦାବି କରିଛନ୍ତି । ଏପରିକି ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି କରିବା ସହିତ ଏହି ଘଟଣାର ଜୁଡ଼ିସିଆଲ୍ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.