Latest Odisha News

BREAKING NEWS

ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ଘଟଣା: ଶାଶୂ ଘରେ ପୋଲିସ ଲଗାଇଲେ ‘ଲଟକା’

ସମ୍ବଲପୁର : ସମ୍ୱଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂହ ମୃତ୍ୟୁ ଘଟଣାରେ ଗୁରୁବାର ଦିନ ବୁର୍ଲା ପୋଲିସ ତାଙ୍କ ଶାଶୂ-ଶ୍ୱଶୁରଙ୍କ ଘରେ ଲଟକା (ନୋଟିସ୍) ଲଗାଇଛି ।

ମିଳିଥିବା ସୂଚନାନୁଯାୟୀ ବଲାଙ୍ଗିର ଜିଲ୍ଲା ବେଲପଡ଼ା ସ୍ଥିତ ସିମରନ୍ଙ୍କ ଶାଶୂ ଘରେ ପୋଲିସ ପକ୍ଷରୁ ଏହି ଲଟକା ଲଗାଯାଇଛି ।

ଏଥିସହିତ ପୋଲିସ ସିମରନଙ୍କ ସ୍ୱାମୀ ଧ୍ରୁବରାଜ ସୁନା (ୟୁଗ୍)ଙ୍କ ଘରେ ପହଞ୍ଚି ମା’ଙ୍କୁ ନପାଇ ତାଙ୍କ ଘରେ ଏହି ଲଟକା ଲଗାଇଥିଲା । ପୋଲିସ ପରବର୍ତ୍ତୀ ସମୟରେ ପିଡିତାଙ୍କ ଦିଅରଙ୍କ ଘରକୁ ଯାଇଥିଲେ କିନ୍ତୁ ସେଠାରେ ଦିଅରଙ୍କ ଅନୁପସ୍ଥିତିରେ ପୋଲିସ ତାଙ୍କ ସ୍ତ୍ରୀଙ୍କୁ ନୋଟିସ୍ ଦେଇଥିଲେ ।

ଗତ ଜାନୁଆରୀ ୩ ତାରିଖ ଦିନ ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ବୁର୍ଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ସିମରନଙ୍କ ଏକ ଭଏସ୍ ମେସେଜ୍ ଭାଇରାଲ୍ ହେବା ପରେ ସିମରନଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ହତ୍ୟା କରିଥିବା ନେଇ ସିମରନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

 

Leave A Reply

Your email address will not be published.