ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏକ ଗାଁରେ ରବିବାର ଦିନ ଦେଖାଦେଇଥିଲା ତୀବ୍ର ଉତ୍ତେଜନା । ଜୁଆ ଖେଳ ଉପରେ ଚଢ଼ାଉ କରିବାକୁ ଯାଇଥିବା ଏକ ପୋଲିସ ଟିମ ଉପରେ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ସୂଚନାନୁସାରେ,ବ୍ରାହ୍ମଣୀ ଗାଁ ପୋଲିସ ଷ୍ଟେସନର ଆଇଆଇସି ରଣଜିତ କୁମାର ମୁନି ଜୁଆ ଖେଳ ହେଉଥିବା ଖବର ପାଇବା ପରେ ବାଲିଗୁଡା ବ୍ଲକ ଅନ୍ତର୍ଗତ ମେରମାହା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ କରି ଫେରୁଥିବାବେଳେ ଗ୍ରାମବାସୀଙ୍କ ଏକ ଦଳ ପୋଲିସ ଟିମ ଉପରକୁ ଆକ୍ରମଣ କରିଥିଲେ। ମାଓବାଦୀମାନେ ମଧ୍ୟ ଫାଙ୍କା ଗୁଳି ଚାଳନା କରିଥିଲେ।
ଏହି ଘଟଣାରେ ଆଇଆଇସି ରଣଜିତଙ୍କର ଏକାଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମେରମାହାଠାରେ ପତାକା ଫ୍ଲାଗ-ମାର୍ଚ୍ଚ କରିଥିଲେ। ପୋଲିସ ୬ ଜଣ ଗ୍ରାମବାସୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
Comments are closed.